ଶୁକ୍ରବାର ରାଶିଫଳ

ମେଷ:ସମସ୍ତ କାର୍ଯ୍ୟ ଶୃଙ୍ଖଳା ମଧ୍ୟଦେଇ ଗତି କରିବେ। ବନ୍ଧୁମିଳନ ଦ୍ବାରା ବିଶେଷ ଉପକୃତ ହୋଇପାରନ୍ତି। ବ୍ୟବସାୟ ଲାଭରେ ଚାଲିବ। ସେବା ମନୋଭାବର ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀ ପରାୟଣ ହେବେ।

ବୃଷ: ନୂତନ ନିଯୁକ୍ତି ମିଳିବାର ସୁଯୋଗ ଅଛି। ଶତ୍ରୁ ଭୟ ଅଛି। ଭାଇମାନଙ୍କ ପ୍ରତି ଶ୍ରଦ୍ଧାଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।

ମିଥୁନ: ବ୍ୟସ୍ତତା ବଢ଼ିବ। ନିଜକୁ ଅସହାୟ ମନେ କରୁଥିବା ବେଳେ ଆକସ୍ମିକ ଧନଲାଭ ହେବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଲାଜକୁଳା ସ୍ବଭାବର ହେବେ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ତେଜସ୍ବୀ ହେବେ।

କର୍କଟ: ଉଦାର ସ୍ୱଭାବର ହୋଇପାରନ୍ତି। ଦାନ-ଧର୍ମ ମତି ହୋଇ ଆତ୍ମ ସନ୍ତୋଷ ଲାଭ କରିବେ। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷିକର୍ମକାରୀ ହେବେ। ଭାଇଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।

ସିଂହ: ପ୍ରଗତିଶୀଳ ହୋଇପାରନ୍ତି। ପରିଶ୍ରମୀ ହେବେ। ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିବେ। ପ୍ରେମୀ ଓ ସାହସୀ ହେବେ। ସୁଖ ମିଳିବ।

କନ୍ୟା: ଚଳାଇ ଥିବା ଯୋଜନାରେ ପରିବର୍ତ୍ତନ କରିପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପରମ ଭାଗ୍ୟଶାଳୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବା ଆଶାକରାଯାଏ।

ତୁଳା: ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବିଭିନ୍ନ ସ୍ତରରୁ ଆଶ୍ୱସନା ମିଳିପାରେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ମୋକଦ୍ଦମାରେ ବିଜୟୀ ହୋଇ କ୍ଷତିପୂରଣ ଅର୍ଥ ପ୍ରାପ୍ତ ହେବେ। ସୁସ୍ୱାଦୁ ଭୋଜନ ମିଳିବ। ରୋଜଗାର ବୃଦ୍ଧି ହେବ।

ବିଛା: କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ସର୍ବଦା ଏକାନ୍ତରେ ରହିବାକୁ ଇଚ୍ଛା କରିବେ। ମଧୁରଭାଷୀ ହୋଇପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ସାହସୀ ଓ ଜ୍ଞାନୀ ହେବେ।

ଧନୁ: ବନ୍ଧୁବର୍ଗରେ ଆହ୍ଲାଦିତ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଯଶସ୍ୱୀ ହେବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନଲାଭ ହେବ।

ମକର: ପରିଶ୍ରମର ମୂଲ୍ୟ ମିଳିବ। କୁଳଦୀପକ ହୋଇପାରନ୍ତି। ମନରେ ପ୍ରସନ୍ନତା ଭାବ ଦେଖା ଦେଇପାରେ। ଶରୀର ସୁସ୍ଥ ରହିବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପରିବାରିକ ସ୍ନେହ ରହିବ।

କୁମ୍ଭ: ସୁସମ୍ବାଦ ପାଇ ଖୁସିବ୍ୟକ୍ତ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସପୂର୍ଣ୍ଣ ହୋଇପାରେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍‍ ହୋଇପାରନ୍ତି।

ମୀନ: ଅଭିଜ୍ଞତା ଅର୍ଜନ କରିବେ। ବନ୍ଧୁ ବିଚ୍ଛେଦ ଘଟିପାରେ। ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ଜଳଯାତ୍ରା ମନା।

Comments are closed.