ଗୁରୁବାର ରାଶିଫଳ

ମେଷ: ଲାଗି ରହିଥିବା ବିବାଦର ସମାଧାନ ହେବ। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ସରକାରୀ କୃପା ଲାଭ କରିବେ। ସରକାରୀ ଅର୍ଥ ମିଳିବ। ମନ ପ୍ରସନ୍ନ ରହିବ।

ବୃଷ: ଶତ୍ରୁତାର ଅବସାନ ଘଟିବ। ଲାଭ ଯୁକ୍ତ ହୋଇପାରନ୍ତି। ସୁଖ-ସମ୍ମାନ ଲାଭ କରିବେ। ଶୁଭଖବର ପାଇ ଖୁସି ହେବେ। ଦୁଶ୍ଚିନ୍ତା ଦୂର ହେବ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। କୀର୍ତ୍ତିମାନ ହେବେ। ସରକାରୀ ଅର୍ଥ ମିଳିବ।

ମିଥୁନ: କାର୍ଯ୍ୟ ସହଜ, ସୁଲଭ ହେବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ପ୍ରତିଯୋଗିତାରେ ବିଜୟୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଭାଗ୍ୟବାନ୍‍ ହୋଇପାରନ୍ତି। ବିଳାସବ୍ୟସନରେ ଦିନଟି ବିତିପାରେ।

କର୍କଟ: ଦିନସାରା କାର୍ଯ୍ୟରେ ବ୍ୟସ୍ତ ରହିବେ। ଦିନଟି ଆପଣଙ୍କ ପାଇଁ ଦୁଃଖଦ ହୋଇପାରେ। ତାମ୍ର, ପ୍ରବାଳ, ସୁବର୍ଣ୍ଣ, ମୂଲ୍ୟବାନ ବସ୍ତ୍ର, ଯାନବାହନ ଓ ରାଜପ୍ରାସାଦ ହେତୁକ ସୁଖାଶ୍ଚର୍ଯ୍ୟ ଭୋଗ କରିପାରନ୍ତି; ମାତ୍ର ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।

ସିଂହ: ସୁଖ-ସନ୍ତୋଷ ମିଳିବ। ସୌଭାଗ୍ୟଯୁକ୍ତ ହେବେ। ବନ୍ଧୁ ସହାୟତାରୁ ଲାଭବାନ୍‍ ହେବେ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ପତ୍ନୀଙ୍କ ସାହଚର୍ଯ୍ୟ ପାଇ କୃତକାର୍ଯ୍ୟ ହେବେ। ଗରିବଙ୍କ ପାଇଁ ଦୟାର୍ଦ ଚିତ୍ତ ହେବେ। ବାଣିଜ୍ୟ କାରବାର ବୃଦ୍ଧି ପାଇବ।

କନ୍ୟା: ମାଲି ମୋକଦ୍ଦମାରେ ବିଜୟୀ ହେବେ। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମିଳୁଥିବା ସୁଯୋଗର ଉପଯୋଗ କରିପାରନ୍ତି।

ତୁଳା: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‍ କରି ଗଢ଼ି ତୋଳିବ। ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ଚିତ୍ତରେ ପ୍ରସନ୍ନତା ଭରି ରହିବ। କର୍ମତତ୍ପରତା ପ୍ରକାଶ ପାଇବ। ପ୍ରଚୁର ଅର୍ଥ ମିଳିପାରେ।

ବିଛା: ୠୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବେ। ଶାସ୍ତ୍ରବିତ୍‍ ହୋଇପାରନ୍ତି। ଧନାନ୍ୱିତ ହେବାର ସୁଯୋଗ ସୃଷ୍ଟି ହୋଇଛି। ସତ୍ୟମାର୍ଗରେ ଗତିକରି ପୂଜ୍ୟ ହୋଇପାରନ୍ତି।

ଧନୁ: ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ସୁବର୍ଣ୍ଣାଦିଯୁକ୍ତ ହେବେ। ତାରୁଣ୍ୟ ରୂପର ଅଧିକାରୀ ହେବେ। ରାଜବଂଶ ପୂଜିତ ହେବେ।

ମକର: ମାନସିକ ଶାନ୍ତି ହରାଇ ପାରନ୍ତି; ମାତ୍ର ପରିଶ୍ରମର ମୂଲ୍ୟ ମିଳିବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଉପକାରୀ ନିକଟରେ କୃତଜ୍ଞ ହେବେ। କାର୍ଯ୍ୟର ସଫଳତା ଲାଭ କରିବେ। ପାରିବାରିକ ସୁଖ ମିଳିବ। ସୁଶୀଳା ଓ ପୁଣ୍ୟବାନ୍‍ ହେବେ।

କୁମ୍ଭ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ମାନ-ସମ୍ମାନ ପ୍ରାପ୍ତ ହେବେ। କାର୍ଯ୍ୟରେ ସିଦ୍ଧି ଲାଭ କରିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଧନାଗମର ସୂଚନା ମିଳୁଛି। ପାରିବାରିକ ସୁଖ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ।

ମୀନ: ଅନଟନ ଦେଖା ଦେଇପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଘାତଚନ୍ଦ୍ର ହେତୁ ଯାନବାହନ ଚଳାଚଳ ଓ ଉଚ୍ଚସ୍ଥାନ ଆରୋହଣରେ ସତର୍କ ରହିବେ। ପୁଣ୍ୟବାନ୍‍ ହେବେ। ସ୍ୱାଭିମାନୀ ହୋଇପାରନ୍ତି। ପତ୍ନୀ ଅଭୀଷ୍ଟ ପୂରଣ କରିପାରନ୍ତି।

Comments are closed.