ରାଜ୍ୟରେ “ୱାନ ନେସନ ୱାନ ରାସନ କାର୍ଡ଼”, ଏବେ ଯେଉଁଠୁ ବି ନେଇପାରିବେ ରାସନ୍ : ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ବର : ରାସନ୍ କାର୍ଡ ହିତାଧିକାରୀଙ୍କ ପାଇଁ ଏକ ଖୁସିଖବର। ଖୁବଶୀଘ୍ର ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି “ୱାନ ନେସନ ୱାନ ରାସନ କାର୍ଡ଼” ବା ଗୋଟିଏ ଦେଶ, ଗୋଟିଏ ରାସନ୍ କାର୍ଡ। ଏହି ବ୍ୟବସ୍ଥା ଆରମ୍ଭ ହେବାପରେ  ଯୋଗ୍ୟ  ହିତାଧିକାରୀ ଦେଶର ଯେକୈାଣସି ସ୍ଥାନରୁ ସେହି ଗୋଟିଏ କାର୍ଡରୁ ରାସନ ପାଇପାରିବେ । ଏହି ବ୍ୟବସ୍ଥା ସେପ୍ଟେମ୍ବର ୧ରୁ ଭୁବନେଶ୍ୱର ମହାନଗର ନିଗମରୁ ଆରମ୍ଭ କରାଯିବ । ପରବର୍ତ୍ତୀ ସମୟରେ ଏହା ସବୁ ସ୍ଥାନରେ ଲାଗୁ କରାଯିବ ବୋଲି ଖାଦ୍ୟ ଯୋଗାଣ ଖାଉଟି ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି ।

ଏହି ବ୍ୟବସ୍ଥା ଲାଗୁ ହେବାଦ୍ବାରା ଯଦି କୌଣସି ହିତାଧିକାରୀ ରାଜ୍ୟ ବାହାରକୁ ଯାଇ ରହିଥାନ୍ତି। ତେବେ ସେ ଦେଶର ଯେକୌଣସି ସ୍ଥାନରୁ ଚାଉଳ, ଗହମ ଆଦି ପାଇପାରିବେ।

Comments are closed.