ବଳାତ୍କାର ଅଭିଯୁକ୍ତକୁ ୩ ଥର ଆଜୀବନ କାରାଦଣ୍ଡ ସହିତ ଅତିରିକ୍ତ ୨୬ ବର୍ଷ ଜେଲ୍‌ ଦଣ୍ଡାଦେଶ

ଥିରୁଭାନନ୍ଥପୁରମ: ଏକ ବଳାତ୍କାର ମାମଲାରେ କେରଳର ପୋକ୍‌ସୋ କୋର୍ଟ ବୁଧବାର ଐତିହାସିକ ରାୟ ଶୁଣାଇଛନ୍ତି। ୭ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରିଥିବା ଜଣେ ଅଭିଯୁକ୍ତକୁ କୋର୍ଟ ୩ ଥର ଆଜୀବନ କାରାଦଣ୍ଡ ସହିତ ଅତିରିକ୍ତ ୨୬ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଅଭିଯୁକ୍ତ ପୃଥକ ପୃଥକ ଭାବେ ୩ଥର ଆଜୀବନ କାରାଦଣ୍ଡ ଭୋଗିବେ ବୋଲି କୋର୍ଟ ରାୟରେ କହିଛନ୍ତି।

୨୦୧୭ରେ ଦକ୍ଷିଣ କେରଳର କୋଲମ ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ରାଜେଶ ତାଙ୍କ ୭ବର୍ଷୀୟା ଝିଆରୀଙ୍କୁ ସ୍କୁଲ ଛାଡ଼ିବାକୁ ନିଜ ଅଟୋରେ ନେଇଥିଲେ। କିନ୍ତୁ ଝିଆରୀକୁ ସ୍କୁଲରେ ନ ଛାଡ଼ି ଅନ୍ୟତ୍ର ନେଇ ବଳାତ୍କାର କରିବା ସହିତ ନିର୍ମମ ଭାବେ ହତ୍ୟା କରିଥିଲେ। ପୂର୍ବରୁ କୋର୍ଟ ଏହି ମାମଲାରେ ଅଭିଯୁକ୍ତ ରାଜେଶକୁ ଦୋଷୀ ସାବ୍ୟସ୍ତ କରିଥିଲେ। ପ୍ରତିପକ୍ଷ ଓକିଲ ରାଜେଶକୁ ଫାଶୀଦଣ୍ଡ ଦେବାକୁ ଦାବି କରିଥିଲେ। କିନ୍ତୁ କୋର୍ଟ କହିଥିଲେ, ସେ ଅଭିଯୁକ୍ତକୁ ଫାଶୀଦଣ୍ଡରୁ ମୁକ୍ତି ଦେଉଛନ୍ତି। କିନ୍ତୁ ଅଭିଯୁକ୍ତକୁ ୩ ଥର ଆଜୀବନ କାରାଦଣ୍ଡ ଭୋଗିବାକୁ ପଡ଼ିବ। ପୃଥକ ଭାବେ ଏହି ଦଣ୍ଡାଦେଶ ଲାଗୁ ହେବ। ଏହା ପରେ ଅତିରିକ୍ତ ୨୬ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ବଳାତ୍କାର, ହତ୍ୟା, ଅପହରଣ, ଅପ୍ରାକୃତିକ ଯୌନସମ୍ପର୍କ, ମୃତଦେହକୁ ଅସମ୍ମାନ କରିବା ଏବଂ ପ୍ରମାଣ ନଷ୍ଟ କରିବା ଭଳି ସଙ୍ଗୀନ ଦଫାରେ ଏହି ଦଣ୍ଡାଦେଶ ଦିଆଯାଇଥିବା କୋର୍ଟ ସ୍ପଷ୍ଟ କରିଛନ୍ତି।

Comments are closed.