ବରିଷ୍ଠ ସାମ୍ବାଦିକ ରାମହରି ମିଶ୍ରଙ୍କ ପରଲୋକ
ଭୁବନେଶ୍ଵର: ବରିଷ୍ଠ ସାମ୍ବାଦିକ ରାମହରି ମିଶ୍ରଙ୍କର ଶନିବାର ପରଲୋକ ଘଟିଛି। ତାଙ୍କୁ ୮୫ ବର୍ଷ ହୋଇଥିଲା। ମିଶ୍ର ଭୁବନେଶ୍ଵରସ୍ଥିତ ତାଙ୍କ ବାସଭବନରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କର ଦୁଇପୁଅ ଅବିନାଶ ଏବଂ ଅଭିମନ୍ୟୁ ମୁମ୍ବଇରେ ରହୁଥିବାବେଳେ ମିଶ୍ର ତାଙ୍କ ପତ୍ନୀ ସମାଜସେବୀ କୁମୁଦିନୀ ମିଶ୍ରଙ୍କ ସହ ରହୁଥିଲେ। ସେ କଳିଙ୍ଗ, ଅମୃତ ବଜାର ପତ୍ରିକା, ପାଟ୍ରିଅଟ, ଲିଙ୍କ ଏବଂ ନ୍ୟାଶନାଲ ହେରାଲ୍ଡ ଭଳି କେତେକ ଖବରକାଗଜ ଏବଂ ପତ୍ରିକାରେ କାର୍ଯ୍ୟ କରିଥିଲେ। ସେ ଅନେକ ବର୍ଷ ଧରି ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ସଭାପତି ଏବଂ ବିଭିନ୍ନ ଜାତୀୟ ସାମ୍ବାଦିକ ୟୁନିୟନର ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ଏହା ସହ ସେ ଜଣେ କବି ଏବଂ ଲେଖକ ଭାବେ ମଧ୍ୟ ଜଣାଶୁଣା ଥିଲେ।
Comments are closed.