ନିହାରିକା ହତ୍ୟାକାଣ୍ଡ ମାମଲା : ଜେଲ୍ ଗଲା ରାଜା

ଜଗତସିଂହପୁର : ସେବିକା ନିହାରିକା ହତ୍ୟାକାଣ୍ଡ ମାମଲାର ମୁଖ୍ୟଅଭିଯୁକ୍ତ  କିଶୋର ଅଞ୍ଚଳ ଓରଫ (ରାଜା) ଶେଷରେ ଜେଲ ଯାଇଛି । ଜଗତସିଂହପୁର ଏସଡିଜେଏମ୍ କୋର୍ଟରେ ରାଜାର ଜାମିନ ଆବେଦନ ଖାରଜ ହେବା ପରେ ତାକୁ ଆଳିପିଙ୍ଗଳ ସବ୍ ଜେଲକୁ ପଠାଇ ଦିଆଯାଇଛି।

ରାଜା ନିଜେ ନିହାରିକାକୁ ହତ୍ୟା କରି ନଦୀରେ ଫିଙ୍ଗି ଥିବାଦେଇଥିବା ସ୍ବୀକାର କରିଥିଲା। ଶନିବାର ଜଗତସିଂହପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଥିଲେ। କଟକ ଚାଉଳିଆଗଞ୍ଜର ଅପର୍ଣ୍ଣାନଗରରେ ଥିବା ନିଜ ସାଙ୍ଗ ରହୁଥିବା ଭଡାଘରେ ସେ ନିହାରିକାକୁ ତଣ୍ଟିଚିପି ହତ୍ୟା କରିଥିବା ସ୍ବୀକାର କରିଛି।

Comments are closed.