ବର୍ଷାଦିନିଆ ଆବଶ୍ୟକୀୟ ଟିପ୍ସ

ବର୍ଷା ଦିନରେ ସଭିଁଙ୍କ ପାଇଁ ପୋଷାକ ଓ ଚପଲ ଏକ ଚିନ୍ତାର କାରଣ। ବିଭିନ୍ନ ସ୍ଥାନରେ ଜମୁଥିବା ପାଣି ଓ କାଦୁଅ ଆପଣଙ୍କ ଫ୍ୟାଶନକୁ ଫିକା କରି ଦେଇଥାଏ। ଏଭଳି ସମୟରେ ଆସନ୍ତୁ କିଛି ଏପରି ଟିପ୍ସ ବିଷୟରେ ଜାଣିବା ଯାହାକୁ ଆପଣେଇ ବର୍ଷା ଦିନରେ ମଧ୍ୟ ଆପଣ ଷ୍ଟାଇଲିସ ଦେଖାଯିବେ।
ସଠିକ ଚପଲର ଚୟନ –
ବର୍ଷା ଦିନରେ ଏଭଳି ଚପଲର ଚୟନ କରନ୍ତୁ, ଯାହାର ଫିତାଗୁଡ଼ିକ ଶକ୍ତ ଓ ସହଜରେ ଶୁଖିଯାଉଥିବ। ଏଭଳି ଚପଲର ବ୍ୟବହାର କରନ୍ତୁ, ଯାହା ସମ୍ମୁଖ ଭାଗରୁ ଫାଙ୍କା ଥିବ। ମାତ୍ର ଜୋତା ପିନ୍ଧୁନ୍ତୁ ନାହିଁ। ଏହିଦିନରେ ଜୋତା ପିନ୍ଧିଲେ ଆଙ୍ଗୁଠି ଓଦା ହେବା ପରେ ପାଦ ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ।
ସଠିକ ପୋଷାକର ଚୟନ –
ବର୍ଷା ଦିନରେ ସୂତା, ସିଫନ ଭଳି ପୋଷାକ ଅଧିକ ପିନ୍ଧନ୍ତୁ ନାହିଁ। ଏହି ଦିନରେ ବିଶେଷ କରି ସୂତା ଓ ସିଫନ ମିଶା କପଡ଼ାରେ ପ୍ରସ୍ତୁତ ପୋଷାକ, ପଲିଷ୍ଟର ପିନ୍ଧନ୍ତୁ।
ଧଳା ପୋଷାକ –
ବର୍ଷାଦିନରେ ଧଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ। ଧଳା ପୋଷାକରେ ଦାଗ ଲାଗିଲେ ଏହା ଛଡ଼ାଇବାକୁ କଷ୍ଟକର ଅଟେ।

Comments are closed.