ଜାମ୍ମୁ-କାଶ୍ମୀର ରାଜ୍ୟପାଳଙ୍କୁ ରାହୁଲଙ୍କ ଜବାବ: ‘ବିମାନ ନୁହେଁ; ସ୍ବାଚ୍ଛନ୍ଦତା ଦରକାର’

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ଓ ଲଦାଖ ଗସ୍ତ ପାଇଁ ଆମନ୍ତ୍ରଣ କରିବା ସହ ବିମାନ ପଠାଇବା ପାଇଁ ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କ ଏକ ଟ୍ବିଟର ଜବାବରେ ମଙ୍ଗଳବାର  କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟ କରି ତାଙ୍କୁ ଗସ୍ତ ପାଇଁ ବିମାନ ନୁହେଁ; ସ୍ବାଚ୍ଛନ୍ଦତା ଦରକାର ବୋଲି କହିଛନ୍ତି । ରାହୁଲ ଟ୍ବିଟ୍ କରିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ରହୁଥିବା ଲୋକ, ପ୍ରମୁଖ ନେତା ଏବଂ ଯବାନମାନଙ୍କୁ ଭେଟିବା ଲାଗି ସେ ଏବଂ ବିରୋଧୀ ଦଳର ନେତାମାନଙ୍କୁ ସମ୍ପୂର୍ଣ୍ଣ ବାଧାହୀନତା ଦରକାର।

ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର​‌ରେ ହିଂସା ଘଟିଥିବା ସେ ଖବର ପାଇଛନ୍ତି ବୋଲି ରାହୁଲ ପ୍ରଥମେ ମନ୍ତବ୍ୟ ଦେଇଥିଲେ। ଏହା ଉପରେ ଜବାବ ଦେଇ ଜାମ୍ମୁ-କାଶ୍ମୀର ଗସ୍ତ ପୂର୍ବକ ସେଠାକାର ଶାନ୍ତିପୂର୍ଣ୍ଣ ସ୍ଥିତି ନିଜ ଚକ୍ଷୁରେ ଦେଖିଯିବା ଲାଗି ରାଜ୍ୟପାଳ ମଲ୍ଲିକ ତାଙ୍କୁ ସମାଲେଚନାପୂର୍ଣ୍ଣ ଢଙ୍ଗରେ ଆମନ୍ତ୍ରଣ କରିଥିଲେ। ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କ ସୋମବାର ଟ୍ବିଟର ଜବାବରେ ରାହୁଲ ମଙ୍ଗଳବାର ଏହି ଟ୍ବିଟ୍ କରିଛନ୍ତି ।

Comments are closed.