ବିଳମ୍ବରେ ଓଡିଶା ଆସିବେ ରାହୁଲ, ଟ୍ବିଟରରେ ଦେଲେ ସୂଚନା

ଭୁବନେଶ୍ବର : ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଓଡିଶାଗସ୍ତ ବିଳମ୍ବିତ ହେବ ବୋଲି ସୂଚନା ମିଳିଛି । ଏହି ସୂଚନା ରାହୁଲ ଗାନ୍ଧୀ ନିଜେ ଦେଇଛନ୍ତି । ରାହୁଲ ଗାନ୍ଧୀ ନିଜ ଟ୍ବିଟର ଜରିଆରେ ସୂଚନା ଦେଇ ଲେଖିଛନ୍ତି, ପାଟଣାରେ ଆମ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଛି । ସେଥିପାଇଁ ଆମେ ବାଧ୍ୟ ହୋଇ ଦିଲ୍ଲୀ ଫେରିଯାଉଛୁ । ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆଜି ଓଡିଶା ବାଲେଶ୍ବରରେ ଥିବା ଜନସଭାରେ ପହଞ୍ଚିବା ବିଳମ୍ବ ହେବ । ସେଥିପାଇଁ କ୍ଷମା ଚାହୁଁଛି ।

ସୂଚନାଯୋଗ୍ୟ, ଆଜି ଓଡିଶା ସମେତ ବିହାରର ସମସ୍ତିପୁରରେ ଏବଂ ମହାରାଷ୍ଟ୍ରରେ ଆୟୋଜିତ ଜନସଭାରେ ରାହୁଲ ଗାନ୍ଧୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ରାହୁଲ ଗାନ୍ଧୀ ବାଲେଶ୍ବରରୁ ସିଧାସଳଖ ମହାରାଷ୍ଟ୍ର ଯାଇଥାଆନ୍ତେ ।

Comments are closed.