ରାଫେଲ୍‍ ରାୟ : ଆଜି ବିଜେପିର ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ :​  ରାଫେଲ୍‍ ଯୁଦ୍ଧ ବିମାନ କ୍ରୟ ପ୍ରସଙ୍ଗରେ କଂଗ୍ରେସର ମିଥ୍ୟା ଅଭିଯୋଗ ବିରୁଦ୍ଧରେ ବିଜେପି ଶନିବାର ଦେଶବ୍ୟାପୀ ଆନ୍ଦୋଳନ କରିବ ବୋଲି ଘୋଷଣା କରିଛି । ସରକାରଙ୍କୁ ସୁପ୍ରିମକୋର୍ଟ ରାଫେଲ୍‍ ଯୁଦ୍ଧ ବିମାନ କ୍ରୟ ପ୍ରସଙ୍ଗରେ ଦେଇଥିବା କ୍ଲିନ୍‍ ଚିଟ୍‍ ରାୟର ପୁନର୍ବିଚାର ପାଇଁ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିବା ପରେ କଂଗ୍ରେସ ବିରୋଧରେ ବିଜେପି ଏହି
ଆନ୍ଦୋଳନ କରିବ ବୋଲି ଘୋଷଣା କରିଛି ।  ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ପାର୍ଟିର ସାଧାରଣ ସମ୍ପାଦକ ଭୂପେନ୍ଦ୍ର ଯାଦବ କହିଛନ୍ତି, କଂଗ୍ରେସର ମିଛୁଆପଣକୁ ପଦାରେ ପକାଇବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି ଏବଂ ରାହୁଲ୍‍ ଗାନ୍ଧି ଏଭଳି ବାରମ୍ବାର ଅଭିଯୋଗ କରୁଥିବାରୁ ସେ କ୍ଷମା ମାଗିବା ଉଚିତ। ଶ୍ରୀ ଯାଦବ କହିଛନ୍ତି, ବିଜେପି କର୍ମୀମାନେ ବିଭିନ୍ନ
ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିବେ। ଜାତୀୟ ସ୍ୱାର୍ଥ ପ୍ରସଙ୍ଗଗୁଡ଼ିକ ଉପରେ କଂଗ୍ରେସ ମିଥ୍ୟା ଅଭିଯୋଗ କରୁଛି ବୋଲି ଶ୍ରୀ ଯାଦବ କହିଛନ୍ତି।

Comments are closed.