ରବିବାର ରାଶିଫଳ

ମେଷ: କାର୍ଯ୍ୟ ଆନନ୍ଦଦାୟକ ହେବ। ଧନକ୍ଷୟ ହେବାର ସମ୍ଭାବନା ଅଛି। ପରକୁ ଆପଣାର ଶକ୍ତି ପ୍ରୟୋଗ କରି କୃତକାର୍ଯ୍ୟ ହେବେ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।
ବୃଷ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପାରିବାରିକ ସୁଖ ମିଳିବ। ଶତ୍ରୁନାଶ କରି ଆଶ୍ବସ୍ତ ହେବେ। ସମ୍ମାନିତ ହୋଇପାରନ୍ତି। ମନ୍ତ୍ରଣାଦାତା ହେବେ। କାବ୍ୟ ରଚନା କରିପାରନ୍ତି। ସୁବର୍ଣ୍ଣାଦି ମୂଲ୍ୟବାନ୍‌ ଧାତୁ ମିଳିପାରେ।
ମିଥୁନ: ମଙ୍ଗଳମୟ କାର୍ଯ୍ୟ କରିପାରନ୍ତି। ତଥାପି ମନ ଦୁର୍ବଳ ରହିବ। ସତ୍ୟବାଦୀ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ବ୍ୟବହାର ପାରଙ୍ଗମ ହେବେ। ପିତୃଭକ୍ତିଯୁକ୍ତ ହୋଇପାରନ୍ତି। ଭାଗ୍ୟବାନ ହେବେ। କୃଷିକର୍ମକାରୀ ହେବେ।
କର୍କଟ: ଦାୟିତ୍ବବାନ୍‌ ହେବେ। ଅଧିକାର ସାବ୍ୟସ୍ତ କରିପାରନ୍ତି। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଶାନ୍ତି-ସନ୍ତୋଷ ମିଳିବ। ବିଭିନ୍ନ ଦିଗରୁ ଧନାଗମ ହେବ। ସର୍ବତ୍ର ବିଜୟୀ ହେବେ।
ସିଂହ: ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଧନ, ଯାନ-ବାହନରୁ ସୁଖ ଭୋଗ କରିପାରନ୍ତି। ସରକାରଙ୍କ ଅନୁଗ୍ରହରୁ ବହୁ ସମ୍ପଦ ଲାଭର ସୂଚନା ମିଳୁଛି। ଶ୍ରେଷ୍ଠ ପଦ-ପଦବୀରେ ଆରୁଢ଼ ହୋଇପାରନ୍ତି।
କନ୍ୟା: ବ୍ୟବସାୟ ଲାଭଜନକ ହେବ। ବିବାଦରେ ବିଜୟୀ ହେବା ସହିତ ଶୁଭେଚ୍ଛୁ ବାର୍ତ୍ତା ମିଳିପାରେ। ସୁସମାଚାର ପାଇ ଖୁସି ହୋଇପାରନ୍ତି। ପ୍ରତିଯୋଗିତା ଆପଣଙ୍କ ସପକ୍ଷରେ ଯିବ। ସରକାରୀ ଓ ବେସରକାରୀ ସମର୍ଥନ ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି।
ତୁଳା: ମନରେ ଦ୍ବିଧାଭାବ ଜାତ ହୋଇପାରେ। ରାଜପୂତିତ ହେବେ। ଯାନ-ବାହନଯୁକ୍ତ ହୋଇପାରନ୍ତି। ସାମାଧୀଶ ହେବାର ସୂଚନା ମିଳୁଛି। ପରାକ୍ରମଶାଳୀ ହୋଇପାରନ୍ତି। ବହୁ ପୋଷକ ହେବେ। ଗୁରୁ କୃପାରୁ ବଳୀୟାନ୍‌ ହୋଇପାରନ୍ତି।
ବିଛା: କନ୍ୟା ଦାନ କରି ପ୍ରଶଂସିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଯଶସ୍ବୀ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ଦେବଦର୍ଶନର ସୌଭାଗ୍ୟ ଅଛି। କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହେବେ। ବ୍ୟବସାୟ ଲାଭଜନକ ହେବ।
ଧନୁ: ଆୟ ଠାରୁ ବ୍ୟୟ ଅଧିକ ହୋଇପାରେ। ପ୍ରତାରିତ କରିବାକୁ କେହି ଚେଷ୍ଟା କରିପାରନ୍ତି। କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ; ମାତ୍ର ବିଳମ୍ବରେ। ରାଜତୁଲ୍ୟ ହେବା ଆଶା କରାଯାଏ। ଆଖି ଯନ୍ତ୍ରଣା ଅନୁଭବ କରିପାରନ୍ତି।
ମକର: ଯେଉଁ ବାର୍ତ୍ତା ପାଇବେ ସେଥିରେ ମନ କଷ୍ଟ ହୋଇପାରେ। ମୂଲ୍ୟବାନ୍‍ ଦ୍ରବ୍ୟ କ୍ରୟ କରିପାରନ୍ତି। ଧନ-ବୃଦ୍ଧି ଲାଭ ହୋଇପାରେ। ମହାମାନବର ମାନ୍ୟତା ମିଳିପାରେ। ଶ୍ରେଷ୍ଠ-ପଦବୀରେ ଆସୀନ ହୋଇପାରନ୍ତି।
କୁମ୍ଭ: ମନ ଚଞ୍ଚଳ ରହିବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଉନ୍ନତି ପଥରେ ଆଗୁସାର ହେବେ। ଆର୍ଥିକ ଅଭିବୃଦ୍ଧି ଘଟିବ। ସୁଭାଷୀ ହେବେ। ଉତ୍ତମ ବିଦ୍ୟାର ଅଧିକାରୀ ହେବେ। ତେଜୀୟାନ୍‍ ହେବେ। ଚଞ୍ଚଳତାଯୁକ୍ତ ହେବେ।
ମୀନ: ପଡୋଶୀଙ୍କ ସହାୟତାରୁ ଲାଭବାନ୍‍ ହୋଇପାରନ୍ତି। ପରୋପକାରୀ ଆତ୍ମସନ୍ତୋଷ ଲାଭ କରିବେ। ସଜ୍ଜନ ମଣ୍ଡଳୀର କୃପାପାତ୍ର ହୋଇପାରନ୍ତି। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଲୋକ ଚକ୍ଷୁରେ ମହାନ୍‍ ହୋଇପାରନ୍ତି।

Comments are closed.