ଶ୍ରୀମନ୍ଦିର ଉପରେ ଚଢିଥିବା ଯୁବକ, ଥାନାରେ ଅଟକ

ପୁରୀ : ସୁରକ୍ଷା ବଳୟ ଭାଙ୍ଗି ଶ୍ରୀମନ୍ଦିର ଉପରେ ଚଢିଥିବା ଯୁବକଙ୍କୁ ସିଂହଦ୍ୱାର ପୁଲିସ ଅଟକ ରଖିଛି । ଯୁବକ ଜଣଙ୍କ ମାନସିକ ବିକାରଗସ୍ତ ଥିବା ପୁଲିସ କହିଛି । ସୂଚନାଯୋଗ୍ୟ, ଶନିବାର ଅପରାହ୍ନରେ ଜଣେ ଯୁବକ ହଠାତ୍ ଶ୍ରୀମନ୍ଦିର ଉପରକୁ ଚଢି ଯାଇଥିଲେ । ଏହା ଦେଖି କିଛି ଭକ୍ତ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଉକ୍ତ ଯୁବକକୁ ତଳକୁ ଆଣିବା ପରେ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

Comments are closed.