ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲା : ଶ୍ରୀମନ୍ଦିରରେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ ହୋଇଛି । ଜଣେ ସ୍ଥାୟୀ ତଥା ପୂର୍ଣ୍ଣକାଳୀନ ପ୍ରଶାସକଙ୍କୁ ଶ୍ରୀମନ୍ଦିରରେ ନିଯୁକ୍ତି ଦେବାପାଇଁ ସର୍ବୋଚ୍ଚ ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟରେ ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ଜଣିଆ ଖଣ୍ଡପୀଠ ମାମଲାର ମଧ୍ୟବର୍ତ୍ତୀ କାଳୀନ ରାୟ ପ୍ରକାଶ କରି ଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ମିଳିତ ଭାବେ ସ୍କୁଲ ଓ କଲେଜ ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଜାରି ୨୨ଟି ନିର୍ଦ୍ଦେଶାନାମାରେ ଦର୍ଶନ ଲାଗି ଆସୁଥିବା ୬୦ହଜାର ଭକ୍ତଙ୍କ
ପାଇଁ ରହିବା ବ୍ୟବସ୍ଥା ଓ ସହରର ନାଳ ନର୍ଦ୍ଦମାରୁ ଜଳ ନିଷ୍କାସନ ପାଇଁ ଟ୍ରିଟ୍‍ମେଣ୍ଟ ପ୍ଲାଣ୍ଟ ବସାଇବାପାଇଁ ନିର୍ଦ୍ଦେଶ ମଧ୍ୟ ରହିଛି।

Comments are closed.