ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ରାଜରାଜେଶ୍ୱରୀ ବେଶକୁ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ: ମଙ୍ଗଳବାର ଅର୍ଥାତ ଆଜି ହେଉଛି କାର୍ତ୍ତିକ ମାସର ପଞ୍ଚୁକ ବ୍ରତର ଶେଷ ଦିନ। ଏହି ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ରାଜରାଜେଶ୍ୱରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଏହି ବେଶକୁ ଦର୍ଶନ କରି ଭକ୍ତମାନେ ପୁଣ୍ୟ ଅର୍ଜନ କରୁଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଆସି ମହୋଦଧିରେ ସ୍ନାନ କରିବା ସହ ଡ଼ଙ୍ଗା ମଧ୍ୟ ଭସାଇଛନ୍ତି। ଶ୍ରଦ୍ଧାଳୁମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହା ସହ ୩୦ ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଶ୍ରୀମନ୍ଦିର ବାହାରେ ବ୍ୟାରିକେଡ଼ ନିର୍ମାଣ କରାଯାଇଛି।

Comments are closed.