କିଏ ଠିକ? କୃଷି ମନ୍ତ୍ରୀ ନା କୃଷି ବିଭାଗ?

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିବା କାଳିଆ ଯୋଜନାକୁ ନେଇ ଏବେ ନିର୍ବାଚନ ପରେ ଶୀତକାଳୀନ ଅଧିବେଶନରେ ଆଲୋଚନା ଜୋର ଧରିଛି। ଆଜି ଗୃହରେ କାଳିଆ ଯୋଜନାକୁ ନେଇ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ କଂଗ୍ରେସ ସଭ୍ୟ ମହମ୍ମଦ ମୋକିମ୍‍ ସ୍ୱାଧିକାର ଭଙ୍ଗ ନୋଟିସ୍‍ ଆଣିଥିଲେ। ଗୃହରେ କାଳିଆ ଅଯୋଗ୍ୟ ହିତାଧିକାରୀ ପ୍ରସଙ୍ଗରେ ମନ୍ତ୍ରୀ ସାହୁ ମିଛ କହିଥିଲେ ବୋଲି ଅଭିଯୋଗ ହୋଇଛି।

ଆର୍‍ଟିଆଇ ତଥ୍ୟକୁ ନେଇ କଂଗ୍ରେସ ମିଡ଼ିଆ ସେଲ୍‍ ଅଧ୍ୟକ୍ଷ ଗତ ଅକ୍ଟୋବର ସୁଦ୍ଧା ୧ଲକ୍ଷ ୭୨ ହଜାର ୯୦୮ ଜଣ ଅଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରେ ସାମିଲ ହୋଇଥିଲେ ବୋଲି କହିଥିଲେ। କିନ୍ତୁ ମନ୍ତ୍ରୀ ଗୃହରେ ୪୫ ହଜାର ୯୬୫ ଜଣ ଅଯୋଗ୍ୟ ହିତାଧିକାରୀ ରହିଥିବା କହିଥିଲେ। ଜିଲ୍ଲା କୃଷି ଅଧିକାରୀଙ୍କ ସହ ମନ୍ତ୍ରୀଙ୍କ ତଥ୍ୟରେ ତାଳମେଳ ନାହିଁ ବୋଲି ଅଭିଯୋଗ କରି କଂଗ୍ରେସ ସଭ୍ୟ ମୋକିମ ସ୍ୱାଧିକାର ଭଙ୍ଗ
ନୋଟିସ୍‍ ଆଣିଥିଲେ।

Comments are closed.