ପିପିଲିରେ ଶିବରାଜ ସିଂହ ଚୌହାନ

ପିପିଲି : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂହ ଚୌହାନ ଶନିବାର ରାତିରେ ପିପିଲି ଗସ୍ତରେ ଆସି ୨୫ଜଣଙ୍କୁ ବିଜେପିର ସଦସ୍ୟ କରାଇଥିଲେ।
ଶ୍ରୀଚୌହାନ ଶନିବାର ରାତି ସାଢେ ୯ଟାରେ ପିପିଲି ବ୍ଲକଛକ ଠାରେ ପହଞ୍ଚିବା ପରେ ତାଙ୍କୁ ସ୍ଥାନୀୟ ବିଜେପି ଦଳ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇ ପାଛୋଟି ନିଆଯାଇଥିଲା। ସିରିଆପୁର ଗ୍ରାମର ମା’ କାଳୀକା ଦେବୀଙ୍କ ମନ୍ଦିର ପରିସରରେ ସ୍ଥାନୀୟ ବିଜେପି ନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଶ୍ରିତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀଚୌହାନ ଯୋଗଦେଇ ୧୫ଜଣ ମହିଳା ଓ ୧୦ଜଣ ପୁରୁଷଙ୍କୁ ବିଜେପିର ସଦସ୍ୟ କରାଇଥିଲେ। ନିଜ ରାଜ୍ୟ ଓ ଦେଶର ବିକାଶ ପାଇଁ ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ପଡିବ ଓ ଏଥିପାଇଁ ବିଜେପି ଦଳ କାର୍ଯ୍ୟ କରୁଥିବା ବେଳେ ଯୁବଗୋଷ୍ଠୀ ଘରକୁ ଯାଇ ସମସ୍ତଙ୍କୁ ବିଜେପିର ସଦସ୍ୟତା କରାଇ ସେମାନଙ୍କୁ ଦେଶ ଗଠନରେ ସାମିଲ କରାଇବାକୁ ସେ ଆହ୍ୱାନ ଦେଇଥିଲେ। ଶ୍ରୀଚୌହାନଙ୍କ ସହ ରାଜ୍ୟ ବିଜେପିର ସଭାପତି ବସନ୍ତ ପଣ୍ଡା, ପୁରୀ ଜିଲା ବିଜେପି ସଦସ୍ୟତା ଅଭିଯାନର ପ୍ରମୁଖ ବିରଞ୍ଚି ତ୍ରିପାଠୀ, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ପୁରୀ ଜିଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ, ପିପିଲି ପୌରପରିଷଦର ପୂର୍ବତନ ଉପାଧ୍ୟକ୍ଷ ସୁକାନ୍ତ ଭଟ୍ଟ, ମଣ୍ଡଳ ସଭାପତି ଦେବାଶିଷ ଦିକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.