ତାମିଲନାଡୁ: କଂଗ୍ରେସ ରାଲିରେ ଖାଲି ଚୌକିର ଫଟୋ ଉଠାଇବାରୁ ମାଡ ଅଭିଯୋଗ

ଚେନ୍ନାଇ .- ତାମିଲନାଡୁରେ ନିର୍ବାଚନ ପ୍ରଚାର ସମୟରେ ଖାଲି ଚୌକିର ଫଟୋ ଉଠାଇବା ଜଣେ ଫଟୋଗ୍ରାଫରଙ୍କ ପାଇଁ  ମହଙ୍ଗା ସାବସ୍ତ୍ୟ ହୋଇଛି ।  ଦଳୀୟ କର୍ମୀଙ୍କ ମାଡରେ ଫଟୋଗ୍ରାଫର ଆହତ ହୋଇଥିବା ବେଳେ ତାଙ୍କ କ୍ୟାମେରା ଭାଙ୍ଗିଯାଇଛି । ହେଲେ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ତାମିଲନାଡୁର ବିରୁଧୁନଗରରେ ଏହି ଘଟଣା ଘଟିଛି । କଂଗ୍ରେସର ନିର୍ବାଚନ ପ୍ରଚାର ସମୟରେ ଅନେକ ଚୌକି ଖାଲି ପଡିଥିଲା ।  ସେଠାରେ ଥିବା ଏକ ଖବର କାଗଜର ଫଟୋଗ୍ରାଫର ଏହାର ଫଟୋ ଉଠାଇଥିଲେ । ଏହାପରେ ଦଳୀୟ କର୍ମୀମାନେ ତାଙ୍କୁ ମାରପିଟ କରିଥିବାର ଭିଡିଓ ଭାଇରାଲ୍‌ ହୋଇଛି ।

Comments are closed.