ଚାଇଲ୍ଡଲାଇନ୍ ପକ୍ଷରୁ ସଚେତନତା ଅଭିଯାନ

ପାଟଣା: କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସୋମବାର କେନ୍ଦୁଝର ଚାଇଲ୍ଡଲାଇନ ପକ୍ଷରୁ ଏକ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମକୁ  ପାଟଣା ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା , ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ. ସୁପ୍ରକାଶ ଶତପଥୀ ପ୍ରମୁଖ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଚାଇଲ୍ଡଲାଇନ ସଂଯୋଜକ ଋଦ୍ଧିଶ ସୁନ୍ଦର ମିଶ୍ର ସଂଯୋଜନା କରିଥିବା ବେଳେ ଡ଼ଃ.ଯଶବନ୍ତ ମହାନ୍ତ, ପାଟଣା ଥାନାର କନଷ୍ଟେବଳ ଲକ୍ଷ୍ମୀପ୍ରିୟା ବଳ, ବିରଞ୍ଚି ନାରାୟଣ ପଣ୍ଡା, ଚାଇଲ୍ଡଲାଇନର ଅକ୍ଷୟ କୁମାର ମହାନ୍ତ ଓ ସୁଜାତା ଦେହୁରୀ ପ୍ରମୁଖ ଏହି ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ। ଲୋକେ ଓ ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀ ମାନେ ଶିଶୁଙ୍କ ସମସ୍ୟା ନେଇ ଚାଇଲ୍ଡଲାଇନର ୧୦୯୮ ନମ୍ୱର ସହ ଯୋଗା ଯୋଗ କରିବା ଓ ଚାଇଲଡ଼ ଲାଇନକୁ  ସହଯୋଗର ହାତ ବଢ଼ାଇବା ଉଦେଶ୍ୟରେ ଏହି ଦସ୍ତଖତ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା।

Comments are closed.