ପାକିସ୍ତାନୀ ସୈନ୍ୟଙ୍କ ପୁଣି ଅସ୍ତ୍ର ବିରତି ଉଲଙ୍ଘନ : ରାଜୌରୀ ଓ ପୁଞ୍ଚ୍‍ ରେ ଗୁଳିଗୋଳା ବର୍ଷଣ

ଶ୍ରୀନଗର : ପାକିସ୍ତାନୀ ସୈନ୍ୟମାନେ ପୁଣି ଅସ୍ତ୍ର ବିରତି ଉଲଙ୍ଘନ କରି ଜମ୍ମୁ-କାଶ୍ମୀରର ରାଜୌରୀ ଓ ପୁଞ୍ଚ୍‍ ଜିଲ୍ଲା ସ୍ଥିତ ଭାରତୀୟ ଆଗୁଆ ଘାଟି ଓ ଆବାସିକ ଅଞ୍ଚଳକୁ ଲକ୍ଷ୍ୟ କରି ପୁନର୍ବାର ଗୁଳିଗୋଳା ବର୍ଷଣ କରିଛନ୍ତି । ପ୍ରତିରକ୍ଷା ବିଭାଗ ମୁଖପାତ୍ର କହିଛନ୍ତି, ପାକିସ୍ତାନୀ ସୈନ୍ୟମାନେ ପ୍ରବଳ ଗୁଳିଗୋଳା ବର୍ଷଣ କରିବା ସହ ମୋର୍ଟାର ଆକ୍ରମଣ କରିଛନ୍ତି । ପୁଞ୍ଚ୍‍ ଜିଲ୍ଲାର ବାଲାକୋଟ୍‍ ସେକ୍ଟର ଓ ରାଜୌରୀ ଜିଲ୍ଲାର ନୌସେରା ସେକ୍ଟର ଉପରେ ଏହି ଆକ୍ରମଣ କରାଯାଇଛି । ସୀମାରେ ପହରା ଦେଉଥିବା ଭାରତୀୟ ଯବାନ ମାନେ ପାଲଟା ଆକ୍ରମଣ କରିଛନ୍ତି।

Comments are closed.