ପାକିସ୍ତାନରେ ଆତଙ୍କବାଦ ଶିଳ୍ପ ପାଲଟିଛି – ଜୟଶଙ୍କର

ପ୍ୟାରିସ: ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର କହିଛନ୍ତି ଭାରତକୁ ଆତଙ୍କବାଦୀ ପଠାଇବାକୁ ରୋକିବା ଦିଗରେ ପାକିସ୍ତାନ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଗତ ସପ୍ତାହରେ ପ୍ୟାରିସର ଏକ ଦୈନିକ ସମ୍ବାଦପତ୍ର ‘ଲେ ମଣ୍ଡେ’କୁ ସାକ୍ଷାତକାର ଦେବା ଅବସରରେ ଜୟଶଙ୍କର କହିଛନ୍ତି, ଯଦି ଇସଲାମାବାଦ ଭାରତ ସହ ସୁସଂପର୍କ ସ୍ଥାପନ ପାଇଁ ଆଗ୍ରହୀ ଥାଆନ୍ତା, ତେବେ ଦାଉଦ୍‍ ଇବ୍ରାହିମ୍‍ ଏବଂ ହାଫିଜ୍‍ ସଇଦି ଭଳି କୁଖ୍ୟାତ ଆତଙ୍କବାଦୀଙ୍କୁ ଭାରତକୁ ହସ୍ତାନ୍ତର କରିଥାଆନ୍ତା।

ବୈଦେଶିକ ମନ୍ତ୍ରୀ କହିଛନ୍ତି, ଗତ କିଛିବର୍ଷ ହେବ ଉଭୟ ଦେଶ ମଧ୍ୟରେ ସଂପର୍କ ତିକ୍ତତାପୂର୍ଣ୍ଣ ରହିଆସିଛି। ପାକିସ୍ତାନରେ ଆତଙ୍କବାଦୀ ଏକ ଶିଳ୍ପରେ ପରିଣତ ହୋଇଥିବା ସେ କହିଛନ୍ତି।

Comments are closed.