ଆଜି ଚିଦମ୍ବରମଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି. ଚିଦମ୍ବରମଙ୍କୁ ଜେରା କରିବା ଲାଗି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)କୁ ଦିଲ୍ଲୀର ଏକ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଏଥିକ୍ରମେ ନଭେମ୍ବର ୨୨ ଓ ୨୩ ତାରିଖରେ ଇଡି ଅଧିକାରୀମାନେ ଚିଦମ୍ବରମଙ୍କୁ ତିହାର ଜେଲରେ ପଚରାଉଚୁରା କରିବେ। କେତେକ ଦସ୍ତାବିଜ ସମ୍ବନ୍ଧରେ ଚିଦମ୍ବରମଙ୍କୁ ପ୍ରଶ୍ନ କରିବା ନିମନ୍ତେ ଇଡି ପକ୍ଷରୁ ତାଙ୍କୁ ଜେରା ଅନୁମତି ଲୋଡାଯାଇଥିଲା। ଆଇଏନଏକ୍ସ ମିଡିଆକୁ ଏଫଆଇପିବି ଅନୁମୋଦନ ଦେବା ଲାଗି ଆର୍ଥିକ କାରବାର ହୋଇଥିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି। ଉଭୟ ସିବିଆଇ ଓ ଇଡି ଏହାର ତଦନ୍ତ କରୁଛନ୍ତି। ଏହି ମାମଲାରେ ସିବିଆଇ ଚିଦମ୍ବରମଙ୍କୁ ଅଗଷ୍ଟ ୨୧ରେ ଗିରଫ କରିଥିଲା।

Comments are closed.