ଛାତ୍ରୀଙ୍କ ମୋବାଇଲ ଝାମ୍ପିବା ଘଟଣାରେ ଜଣେ ଗିରଫ

ନୀଳଗିରି: ନୀଳଗିରି ଥାନା ଅଧୀନ କାହାଳିଆ ଅଞ୍ଚଳର ରତ୍ନାକର ବେହେରାଙ୍କ ନାତୁଣୀ ଶୁଭଶ୍ରୀ ବେହେରାଙ୍କ ମୋବାଇଲ ଝାମ୍ପି ନେବା ଘଟଣାରେ ପୁଲିସ ଜଣକୁ ଗିରଫ କରି କୋର୍ଟଚାଲାଣ କରିବା ସହ ମୋବାଇଲକୁ ଜବତ କରିଛି।

ଛାତ୍ରୀ ଜଣକ ଶୁକ୍ରବାର ନୀଳଗିରି ସଂସ୍କୃତ କଲେଜରୁ ସାଇକଲରେ ଘରକୁ ଫେରୁଥିବା ସମୟରେ ବାଲିଗୋହିରୀ-କାହାଳିଆ ରାସ୍ତାରେ ପଛପଟୁ ୨ଟି ବାଇକରେ ୪ଜଣ ଦୁର୍ବୃତ୍ତ ତାଙ୍କୁ ଧକ୍କା ଦେଇଥିଲେ। ଛାତ୍ରୀ ଜଣକ ତଳେ ପଡ଼ିଯିବା ପରେ ଅଭିଯୁକ୍ତମାନେ ତାଙ୍କ ମୋବାଇଲ ଝାମ୍ପିନେଇ ପଳାଇଥିଲେ। ଶନିବାର ପୁଲିସ ଅଭିଯୁକ୍ତମାନଙ୍କ ମଧ୍ୟରୁ ନୀଳଗିରି ସହର କଦମସାହିର କାଉ ଓରଫ ପ୍ରଦୀପ ମହାପାତ୍ର (୨୨)କୁ ଗିରଫ କରିଛି। ପଚରା ଉଚରା ପରେ ସେ ମାତ୍ର ୩ହଜାର ଟଙ୍କାରେ ମିରିଗିଣି ଅଞ୍ଚଳର ଜଣେ ଯୁବକକୁ ମୋବାଇଲ ବିକ୍ରି କରିଥିବା ଜଣାପଡ଼ିବା ପରେ ଉକ୍ତ ମୋବାଇଲକୁ ଉଦ୍ଧାର କରାଯାଇଛି। ତେବେ ମୁଖ୍ୟ ଅଭିଯୁକ୍ତ କାଠିଆ ଓରଫ ଭବାନୀ ଶଙ୍କର ମହଲଙ୍କ ସମେତ ୩ ଅଭିଯୁକ୍ତ  ଫେରାର ଥିବା ଜଣାଯାଇଛି।

Comments are closed.