ଗହୀରମଥାରେ ଅଲିଭରିଡ଼ଲେ କଇଁଛଙ୍କ ଭିଡ

ଭୁବନେଶ୍ବର: ବଂଶ ବୃଦ୍ଧି କରିବା ପାଇଁ ହଜାର ହଜାର ଅଲିଭରିଡ଼ଲେ କଇଁଛ କେନ୍ଦ୍ରାପଡା ଜିଲା ରାଜକନିକା ଅନ୍ତର୍ଗତ ଗହୀରମଥାରେ ପହଞ୍ଚିଛନ୍ତି। ଏମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। କଇଁଛମାନଙ୍କ ସୁରକ୍ଷା ପାଇଁ ବନବିଭାଗ ତରଫରୁ ୧୬ଟି କ୍ୟାମ୍ପ କରାଯିବା ସହ ୫୦ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହା ସହ ବାବୁବାଲି ଓ ଅଗରନାଶୀରେ ୨ଟି ଅସ୍ଥାୟୀ କ୍ୟାମ୍ପ କରାଯିବା ସହ ସମୁଦ୍ର ମଧ୍ୟରେ ପଇଁତରା ମାରିବା ପାଇଁ ୨ଟି ସ୍ପିଡ଼ ବୋଟ ମଧ୍ୟ ରଖାଯାଇଛି।

Comments are closed.