ନୂଆ ଅଡି ଏ୬ ବଜାର ପ୍ରବେଶ

ଭୁବନେଶ୍ୱର : ଓଡ଼ିଶା ବଜାରରେ ପ୍ରବେଶ କରି ଜର୍ମାନୀଭିତ୍ତିକ ଲକ୍‌ଜ୍ୟୁରୀ କାର ନିର୍ମାତା ଏଡି ପକ୍ଷରୁ ନୂଆ ଅଡି ଏ୬ର ବଜାର ପ୍ରବେଶ କରାଯାଇଛି। ଏହାର ଏକ୍ସ ଶୋ ରୁମ୍‌ ମୂଲ୍ୟ ୫୪,୨୦,୦୦୦ ଟଙ୍କାରୁ ଆରମ୍ଭ। ନୂଆ ଅଡି ଏ୬ରେ ଉଚ୍ଚ କ୍ଷମତାସମ୍ପନ୍ନ ଏବଂ ପେପି ୨.୦ ଲିଟର ଟିଏଫ୍‌ଏସ୍‌ଆଇ ଇଞ୍ଜିନ୍‌ ସଂଯୁକ୍ତ। ଏହି କାର ସମ୍ପୂର୍ଣ୍ଣ ଭାବେ ଆରାମଦାୟକ, ସ୍ପୋର୍ଟି ଏବଂ ଲୁକ୍‌ରୁ ବେଶ ଆକର୍ଷଣୀୟ।  ଦେଶର ସମସ୍ତ ଅଡି ଡିଲରଶିପ୍‌ରେ ନୂଆ ଅଡି ଏ୬ ୪୫ ଟିଏଫ୍‌ଏସ୍‌ଆଇ ଉପଲବ୍‌ଧ।  ବଜାର ପ୍ରବେଶ ଅବସରରେ ଅଡି ଭୁବନେଶ୍ବରର ଜିଏମ୍‌ ଭରାନୀ କୁମାର କହିଲେ, ଅଡି ସହ ଆମର ବଢୁଥିବା ସମ୍ପର୍କ ପ୍ରତି ବଜାର ପ୍ରବେଶ ସମୟରେ ଅଧିକ ସୁଦୃଢ ହେଉଛି ା ନୂଆ ଅଡି ଏ୬ର ବଜାର ପ୍ରବେଶ ଫଳରେ ଓଡ଼ିଶା ବଜାରରେ ବଢୁଥିବା ସୌଖିନୀ କାର ଆବଶ୍ୟକତାକୁ ପୂରଣ କରିପାରିଛୁ।

Comments are closed.