ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ନର୍ସିଂ କର୍ମଚାରୀ ସଂଘର ଉଚ୍ଚସ୍ତରୀୟ ବୈଠକ

୩ ଦଫା ଦାବି ନେଇ ଆଲୋଚନା

ଭୁବନେଶ୍ୱର  :  ଲୋକସେବା ଭବନସ୍ଥିତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଶୁକ୍ରବାର ଅପରାହ୍ଣରେ ନର୍ସିଂ କର୍ମଚାରୀ ସଂଘର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘଦିନ ଧରି ଅସ୍ଥାୟୀ କର୍ମଚାରୀ ଭାବେ କାମ କରୁଥିବା ସେବିକାମାନଙ୍କୁ ନିୟମିତ କରିବା, ମୂଳ ଦରମା ସଂଶୋଧନ, ସଠିକ ସମୟରେ ପଦୋନ୍ନତି ଆଦି ୩ ଦଫା ପ୍ରମୁଖ ଦାବି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ  ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ  ବୈଠକରେ ଆଲୋଚନା ହୋଇଥିଲା। ଏହା ଉପରେ ଖୁବ୍‍ ଶୀଘ୍ର ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ସଚିବ ଡଃ ପ୍ରମୋଦ ମେହେର୍ଦ୍ଦା, ଅତିରିକ୍ତ ସଚିବ ଗୋହାପୁନମ ତାପସ କୁମାରଙ୍କୁ ମୂଳ ଦରମା ସଂଶୋଧନ ପାଇଁ ଆନୋମଲି କମିଟି ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ ନର୍ସିଂ କର୍ମଚାରୀ ସଂଘର ମୁଖ୍ୟ ଉପଦେଷ୍ଟା  ସୁବାସ ସିଂହ, ସାଧାରଣ ସମ୍ପାଦିକା ଶ୍ରୀମତୀ ପ୍ରଭାତୀ ମହାନ୍ତି, ମାଳତୀ ତ୍ରିପାଠୀ (ଓଭର ସାଇଟ୍‍ କମିଟି ମେମ୍ବର), କାର୍ଯ୍ୟକାରିଣୀ ସଦସ୍ୟା ସୁମତି ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.