ନିର୍ଭୟା ଦୋଷୀଙ୍କୁ ମିଳିବ ଫାଶୀ
ନୂଆଦିଲ୍ଲୀ: ହଇଦ୍ରାବାଦର ଏନକାଉଣ୍ଟର ପରେ ଶୁକ୍ରବାର ଅନ୍ୟ ଏକ ବଡ ଖବର ସାମ୍ନାକୁ ଆସିଛି। ୨୦୧୨ ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିନୟ ଶର୍ମାକୁ ଫାଶୀ ମିଳିବ ବୋଲି ଜଣାପଡିଛି। ଗୃହ ମନ୍ତ୍ରାଳୟ ପକ୍ଷରୁ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ଖାରଜ କରାଯାଇଛି। କ୍ଷମା ଆବେଦନ ଖାରଜ ହେବା ପରେ ଗୃହ ମନ୍ତ୍ରାଳୟ ରାଷ୍ଟ୍ରପତିଙ୍କୁ ଫାଇଲ୍ ଫେରାଇ ଦେଇଛନ୍ତି। ରାଜସ୍ଥାନର ସିରୋହିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ମନ୍ତବ୍ୟ ଦେଇଛନ୍ତି। ପୋକ୍ସୋ ଲାଗିଥିବା ବଳାତ୍କାରୀଙ୍କ ରାଜକ୍ଷମା ମାଗିବା ଅଧିକାର ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି।
Ministry of Home Affairs sends file of mercy plea of 2012 gang rape convict Vinay Sharma to President Ram Nath Kovind, recommends rejection of mercy plea. pic.twitter.com/x3s4jzT0Xa
— ANI (@ANI) December 6, 2019
Comments are closed.