ପ୍ରକାଶ ପାଇଲା +୨ ପ୍ରଥମ ପର୍ଯ୍ୟାୟ କଟ୍‍ଅଫ୍‍

ଭୁବନେଶ୍ୱର : ଚଳିତ ବର୍ଷ +୨ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍‍ଅଫ୍‍ ମଙ୍ଗଳବାର ପ୍ରକାଶ ପାଇଛି। କଳାରେ ବିଜେବି ଜୁନିଅର କଲେଜ ଆଗରେ ଥିବା ବେଳେ ବିଜ୍ଞାନରେ ରେଭେନ୍ସା ଜୁନିୟର କଲେଜ ଆଗୁଆ ରହିଛି। ପ୍ରକାଶ ପାଇଥିବା ତାଲିକା ଅନୁଯାୟୀ, କଳାରେ ବିଜେବି ଜୁନିୟର କଲେଜ ୭୧.୧୭, ରେଭେନ୍ସା ଜୁନିୟର କଲେଜର ୭୦.୧୭ , ଘସିପୁରା ପତିତପାବନ କଲେଜରେ ୬୮.୫ ପ୍ରତିଶତ କଟ୍‍ଅଫ୍‍ ମାର୍କ ରହିଛି।
ବିଜ୍ଞାନରେ ପ୍ରଥମରେ ରେଭେନ୍ସା ଜୁନିୟର କଲେଜର ୯୦, ଦ୍ୱିତୀୟରେ ବିଜେବି ୮୮.୬୭ ପ୍ରତିଶତ କଟ୍‍ଅଫ୍‍ ରହିଛି।
ସେହିପରି ବାଣିଜ୍ୟରେ ଗୋପାଳପୁର ଉଚ୍ଚ ବିଦ୍ୟାଳୟର କଟ୍‍ଅଫ୍‍ ମାର୍କ ସର୍ବାଧିକ ୮୦.୬ ପ୍ରତିଶତ ରହିଛି।
ସମୁଦାୟ ୩ ଲକ୍ଷ ୭୫ ହଜାର ୯୮୫ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ୩ ଲକ୍ଷ ୩୩ ହଜାର ୫୭୩ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଥିବା ସୂଚନା ମିଳିଛି।

Comments are closed.