ଅଟୋ ଓଲଟି ଜଣେ ମୃତ, ୨ ଆହତ

ସମ୍ବଲପୁର : ସମ୍ବଲପୁର ମେଘପାଳ ରାସ୍ତାର ଝାରଗୁଲୁଣ୍ଡାରେ ସୋମବାର ସକାଳେ ଏକ ଅଟୋ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଯୋଗ୍ୟ, ଉକ୍ତ ଅଟୋରେ ପ୍ରାୟ ୯ ଜଣ ଯାତ୍ରୀ ଯାଉଥିଲେ। ମାତ୍ର କୌଣସି କାରଣରୁ ଗାଡ଼ିଟି ସନ୍ତୁଳନ ହରାଇ ଓଲଟିପଡ଼ିବାରୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି।

Comments are closed.