ସଡ଼କ ଦୁର୍ଘଟଣାରେ ୧ ମୃତ , ଜଣେ ଗୁରୁତର

ରାଉରକଲୋ : ରାଉରକେଲା ବାସନ୍ତୀ ରେଳ ଓଭରବ୍ରିଜରେ ରବିବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହ ଥିବା ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଉଛନ୍ତି ସୁମିତ କୁଅଁର। ଗୁରୁତର ଯୁବକଙ୍କୁ ଆଇଜିଏଚ ଆଇସିୟୁରେ ଭର୍ତ୍ତି କରାଯାଇଛି। ସୁମିତ ଓ ଅନ୍ୟ ଯୁବକ ଜଣଙ୍କ ବାଇକରେ ଓଭବ୍ରିଜରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଓଭରବ୍ରିଜ ବାଡ଼ାରେ ବାଡ଼େଇ ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ସୁମିତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Comments are closed.