ଆରଡ଼ିରେ ବାତ୍ୟା ବୁଲ୍‍ବୁଲ୍‍ର ଭୀଷଣ ପ୍ରଭାବ

ଆରଡ଼ି : ଭଦ୍ରକର ଆରଡ଼ିରେ ବାତ୍ୟା ବୁଲ୍‍ବୁଲ୍‍ର ତାଣ୍ଡବ ରଚିଛି। ଚାନ୍ଦବାଲିର ତଳିଆ ଅଞ୍ଚଳରେ ୧୪୦/୧୫୦ ବେଗରେ ପବନ ବହିବା ସହ ଭୀଷଣ ବର୍ଷା ହେଉଛି। ପବନ ପ୍ରଭାବରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ , କଚା ଘରର ଛପର ମଧ୍ୟ ଉଡ଼ିଯାଇଥିବା ଜଣାପଡ଼ିଛି। ଏହାସହ ଆଖଣ୍ଡଳମଣିକୁ ଯାତାୟତ ଠପ୍‍ ହୋଇଯାଇଛି। ସମସ୍ତ ରାସ୍ତାରେ ଗଛ ପଡ଼ିରହିଥିବାରୁ ଫଣି ଠାରୁ ବୁଲ୍‍ବୁଲ୍‍ ଭୟଙ୍କର ରୂପ ନେଉଛି ବୋଲି ସୂଚନା ମିଳିଛି।

Comments are closed.