ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା : ପର୍ଯ୍ୟଟକଙ୍କ ପାଇଁ ଶୁକ୍ରବାର ଅର୍ଥାତ ଆଜି ଠାରୁ ଶିମିଳିପାଳ ଅଭୟାରଣ୍ୟ ଖୋଲିଛି। ପ୍ରଥମ ଦିନରେ ବାରିପଦା- ପିଠାବଟା ଅଥବା ଲୁଲୁଙ୍ଗ ପଟ ଦେଇ ପ୍ରାୟ ୧୫ଟି ଗାଡ଼ିକୁ ଯିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ସେହିପରି ଯଶିପୁର ପଟ କାଳିଆଣି ଗେଟ୍‍ ଦେଇ ମଧ୍ୟ ପର୍ଯ୍ୟଟକଙ୍କୁ ଶିମିଳିପାଳ ଭିତରକୁ ପ୍ରବେଶ କରିପାରିବେ। ପ୍ରଥମ ଦିନରେ ପ୍ରାୟ ୧୦୧ ଜଣ ପର୍ଯ୍ୟଟକ ଅଭୟାରଣ୍ୟ ଭିତରକୁ ଯିବା ସହ କର୍ତ୍ତୃପକ୍ଷ ସେମାନଙ୍କୁ ଫୁଲ ଦେଇ ସ୍ୱାଗତ କରିଥିଲେ। ଏତଦ ବ୍ୟତୀତ ଅଭୟାରଣ୍ୟ ଭିତରକୁ ପ୍ଲାଷ୍ଟିକ, ମାଦକ ଦ୍ରବ୍ୟ ଆଦି ନେବାକୁ ବ୍ୟାନ କରାଯାଇଛି। ପର୍ଯ୍ୟଟକ ମାନେ ସକାଳ ୮ଟା ସୁଦ୍ଧା ଗେଟ୍‍ ରେ ଅନୁମତି ପତ୍ର ପାଇବେ ଓ ନିଜ ସହ ଜଣେ ଗାଇଡ଼ ନେବା ବାଧ୍ୟତାମୂଳକ ରହିଛି। ଜୁନ ମାସ ୧୫ ତାରିଖରୁ ଶିମିଳିପାଳକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲାଗୁ ହୋଇଥିଲା।

Comments are closed.