ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଅସିତ ତ୍ରିପାଠୀ

ଭୁବନେଶ୍ୱର : ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ସୋମବାର ଅସିତ ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୪୩ ତମ ମୁଖ୍ୟ ଶାସନ ସଚିବ ଭାବେ ପୂର୍ବତନ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୮୬ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ଅସିତ ତ୍ରିପାଠୀ। ଦାୟିତ୍ୱ ଗ୍ରହଣ ପରେ ନୂଆ ମୁଖ୍ୟ ଶାସନ ସଚିବ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି, ୫-ଟି ଢାଞ୍ଚାରେ ସରକାର ଚାଲିବ । ଏହାସହ ଅନଲାଇନରେ ଖଜଣା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବ। ଠିକ ସମୟରେ ସରକାରୀ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚିବ। ଲୋକଙ୍କ ଫାଇଲ ଯେପରି ଅଟକି ନରହି ରକେଟ୍‍ ବେଗରେ ଯିବ ସେଥିପ୍ରତି ଧ୍ୟାନ ଦେବେ ବୋଲି ସେ କହିଛନ୍ତି।

Comments are closed.