ଦିବାଲୋକରେ ଜୁଏଲାରୀରେ କଳାକନା ବୁଲାଇଲେ ଦୁବୁର୍ତ୍ତ

ନେମାଳ: ନେମାଳ ବଜାରରୁ ସୋମବାର ସକାଳେ ମା ମଙ୍ଗଳା ଅଳଙ୍କାର ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହେବା ଘଟଣା ସାଧାରଣରେ ବିଶ୍ମୟ ସୃଷ୍ଟି କରିଛି। ଘଟଣାରୁ ପ୍ରକାଶ ସୋମବାର ସକାଳ ୧୦ଟା ବେଳେ ନେମାଳ ବଜାରରେ କୈଳାସ ଚନ୍ଦ୍ର ମୁଦୁଲି ଦିର୍ଘଦିନ ଦେବ ଏକ ଜୁଏଲାରୀ ସୋରୁମ କରି ନିଜ ଗୁଜୁରାଣ ମେଣ୍ଟାଉଥିଲେ। ପ୍ରତ୍ୟକ ଦିନ ସେ ତାଙ୍କ ଦୋକାନରୁ ସମସ୍ତ ଅଳଙ୍କାର ଏକ ବ୍ୟାଗରେ ଘରକୁ ନେଇ ପୁନର୍ବାର ଆଣି ବ୍ୟବସାୟ କରିଥାନ୍ତି। ସୋମବାର ସେହିଭଳି ସମସ୍ତ ଅଳଙ୍କାର ଆଣି ସୋରୁମ ଭିତରେ ରଖି ପୂଜା କରିବା ପାଇଁ ନିକଟ ଏକ ନଳକୁପରୁ ପାଣି ଆଣୁଥିଲା। ସେହି ସମୟରେ କୈାଣସି ଦୃବୁର୍ତ୍ତ ସୋରୁମ ଭିତରକୁ ଯାଇ ଉକ୍ତ ବ୍ୟାଗ ନେଇଯାଇଥିଲା। ଉକ୍ତ ଘଟଣା ସଂପର୍କରେ ନେମାଳ ଥାନାରେ କୈାଳସ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ପାଇ ନେମାଳ ଥାନା ପୁଲିସ ତଦନ୍ତ ଚଳାଇଥିବା ଜଣାପଡିଛି।

Comments are closed.