ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ୨୮ଜଣଙ୍କୁ ପେନ୍‌ସନ ; ୫ ମେଧାବୀଙ୍କୁ ସାମ୍ବାଦିକତା ସ୍ମାରକୀ ସମ୍ମାନ

ଭୁବନେଶ୍ୱର : ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଜାତୀୟ ପ୍ରେସ୍‍ ଦିବସ ୨୦୧୯ ଅବସରରେ ରାଜ୍ୟର ୨୮ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ୍‍ ପ୍ରଦାନ କରାଯିବ।
ଚଳିତ ମାସ ୧୬ ତାରିଖ ଅପରାହ୍ଣରେ ଜୟଦେବଭବନରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ‘ଉତ୍କଳ ସାମ୍ବାଦିକ ରତ୍ନ’ ସମ୍ମାନ ଏବଂ ଜାତୀୟସ୍ତରରେ ୭ଟି ସମ୍ବାଦପତ୍ରର ସଂପାଦକଙ୍କୁ ‘ରାଷ୍ଟ୍ରୀୟ ସାମ୍ବାଦିକ ଗୌରବ’ରେ ସମ୍ମାନିତ କରାଯିବ। ଉତ୍ସବରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ୫ ମେଧାବୀଙ୍କୁ ସମ୍ମାନିତ କରାଯିବ।
ଏହାବ୍ୟତୀତ ୨୮ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ ପ୍ରଦାନ କରାଯିବ। ଏହାଛଡ଼ା ସିଏସ୍‌ଆର କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟର ଜଣେ ବରିଷ୍ଠ ଅଧିକାରୀଙ୍କୁ ସମ୍ମାନିତ କରାଯିବ ବୋଲି କଲ୍ୟାଣ ବୋର୍ଡ ପକ୍ଷରୁ ନିଷ୍ପତ୍ତି ହୋଇଛି।
ଏହି ଅବସରରେ ‘ଖବରସଂଗ୍ରହ-ଉପସ୍ଥାପନା ଏକ ଯାତ୍ରା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ବରିଷ୍ଠ ସାମ୍ବାଦିକ ଓ ସଂପାଦକ ଯୋଗଦେବେ ବୋଲି ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ସଭାପତି ପ୍ରଦୋଷ ପଟ୍ଟନାୟକ, ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ଓ ସାଧାରଣ ସଂପାଦକ ସନତ ମିଶ୍ର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅରୁଣ କୁମାର ପଣ୍ଡା ପ୍ରକାଶ କରିଛନ୍ତି।

Comments are closed.