ନିର୍ମାଣ ହେବ ନାରାୟଣ ମୂର୍ତ୍ତିଙ୍କ ବାୟୋପିକ୍‍ : ଏହି ନିର୍ଦ୍ଦେଶକ ଦମ୍ପତି ସମ୍ଭାଳିବେ ଦାୟିତ୍ୱ

ମୁମ୍ବଇ : ବଲିଉଡ଼ର ନିର୍ଦ୍ଦେଶକ ଦମ୍ପତି ନିତେଶ ତିୱାରୀ ଓ ଅଶ୍ୱିନୀ ଆୟର ତିୱାରୀ ଇନ୍‌ଫୋସିସ୍‌ର ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଓ ତାଙ୍କ ପତ୍ନୀ ସୁଧା ମୂର୍ତ୍ତିଙ୍କ ଜୀବନ କାହାଣୀ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ମହାବୀର ଜୈନ ବହନ କରିବେ। ଚଳଚ୍ଚିତ୍ରର କାହାଣୀ ସମ୍ବନ୍ଧୀୟ ତଥ୍ୟ ଓ ସ୍କ୍ରିପ୍ଟ ଲେଖକ ସଞ୍ଜୟ ତ୍ରିପାଠୀ ପ୍ରସ୍ତୁତ କରିଛନ୍ତି। ଏଥିରେ ମୂର୍ତ୍ତିଙ୍କର ପ୍ରେରଣାଦାୟକ ଯାତ୍ରା ଓ ଦେଶ ପାଇଁ ତାଙ୍କ ଯୋଗଦାନର କାହାଣୀକୁ ପ୍ରଦର୍ଶିତ କରାଯିବ।

ଉଲ୍ଲେଖଯୋଗ୍ୟ, ଅଶ୍ୱିନୀ ପୂର୍ବରୁ ‘ନୀଲ ବଟ୍ଟେ ସନ୍ନାଟା’ ଓ ‘ବରେଲୀ କି ବର୍ଫୀ’ ଆଦି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ବର୍ତ୍ତମାନ ସେ କଙ୍ଗନା ରାଣାୱତ୍‍ଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ପଙ୍ଗା’ର ନିର୍ଦ୍ଦେଶନା ଦେଉଛନ୍ତି।

Comments are closed.