ନଳିନୀକାନ୍ତଙ୍କ ପ୍ରାର୍ଥୀ ପତ୍ର କାଏମ; ହାଇକୋର୍ଟର ଦ୍ବାରସ୍ଥ ହେବ ବିଜେପି

ସମ୍ବଲପୁର: ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ପ୍ରାର୍ଥିପତ୍ରକୁ ନେଇ ବିବାଦ ଲାଗିରହିଥିବାବେଳେ ରିଟର୍ଣ୍ଣିଂ ଅଫିସର ତାଙ୍କ ପ୍ରାର୍ଥିପତ୍ରକୁ କାଏମ ରଖିଛନ୍ତି । ବିଜେପିର ଅଭିଯୋଗ ପରେ ରିଟର୍ଣ୍ଣିଂ ଅଫିସର ନଳିନୀକାନ୍ତ ପ୍ରଧାନଙ୍କ ପ୍ରାର୍ଥିପତ୍ର ଯାଞ୍ଚ କରିଥିଲେ। ଯାଞ୍ଚ ପରେ ତାଙ୍କ ପ୍ରାର୍ଥୀ ପତ୍ର କାଏମ ରଖାଯାଇଥିବା ଜଣାପଡିଛି । ତେବେ ଏଥିରେ ବିଜେପି ସାଂସଦ ପ୍ରାର୍ଥୀ ନିତେଶ ଗଙ୍ଗଦେବ ଅସନ୍ତୋଷ ପ୍ରକାଶ କରିବା ସହ ସେ ହାଇକୋର୍ଟରେ ଚାଲେଞ୍ଜ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ବିଜେପି ଅଭିଯୋଗ କରିଛି ଯେ, ନଳିନୀ ପୂର୍ତ୍ତ ସଚିବ ପଦରୁ ଅବସର ନେବା ପରେ ଦୁଇଟି ସରକାରୀ ସଂସ୍ଥାରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ସେହିପରି ନଳିନୀକାନ୍ତ ନିଜ ସତ୍ୟପାଠରେ ଅନେକ ସ୍ଥାନ ଖାଲି ଛାଡିଛନ୍ତି, ଯାହାକୁ ପୂରଣ କରିବା ବାଧ୍ୟକ୍ୟ ମୂଳକ ବୋଲି ନିତେଶ ଗଙ୍ଗଦେବ କହିଛନ୍ତି।

Comments are closed.