ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ମୟୂରଭଞ୍ଜ : ମୟୂରଭଞ୍ଜ ବାରିପଦାର ମାଧବପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି।

ସ୍ଥାନୀୟଲୋକଙ୍କ ସୂଚନା ଅନୁଯାୟୀ, ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା କଳି ଝଗଡା ଲାଗି ରହୁଥିଲା। ଅନ୍ୟ ପୁରୁଷ ସହ ତାଙ୍କ ସ୍ତ୍ରୀର ଅନୈତିକ ସମ୍ପର୍କ ରହିଛି ବୋଲି ଅଭିଯୁକ୍ତ ସ୍ବାମୀ ସନ୍ଦେହ କରୁଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଆଜି ଗଣ୍ଡଗୋଳ ହେବାରୁ ଅଭିଯୁକ୍ତ ଜଣଙ୍କ ସ୍ତ୍ରୀକୁ ପ୍ରବଳ ପିଟିପିଟି ଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Comments are closed.