ସ୍ବାମୀଙ୍କୁ ପଥରରେ ଛେଚି ହତ୍ୟା କଲା ସ୍ତ୍ରୀ

ଉଦଳା : ଉଦଳା ନିକଟ କପ୍ତିପଦା ଥାନା ଅନ୍ତର୍ଗତ ମହୁଲପଙ୍ଗା ଗ୍ରାମରେ ବଚସାକୁ ନେଇ ଏକ ଅଘଟଣ ଘଟିଯାଇଛି। ସାମାନ୍ୟ ବଚସାରୁ ସ୍ବାମୀକୁ ପଥରରେ ଛେଚି ସ୍ତ୍ରୀ ହତ୍ୟା କରିଥିବାର ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରେ ଝଗଡା ହେବାରୁ ପରସ୍ପରକୁ ପଥରରେ ଆକ୍ରମଣ କରିଥିଲେ। ଫଳରେ ଉଭୟଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିନ୍ତୁ ଡାକ୍ତର ସେଠାରେ ସ୍ବାମୀଙ୍କୁ ମୃତ ଘୋଷଣା କରିଥିଲେ। ସ୍ତ୍ରୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.