ସୋମବାର ରାଶିଫଳ

ମେଷ:କାର୍ଯ୍ୟରେ ସଫଳତା ମିଳିବ। ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି। ସାଧନା ଫଳପ୍ରଦ ହେବ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତ ହେବେ। ଗୃହ ପରିବେଶ ସ୍ବାସ୍ଥ୍ୟ ଉପଯୋଗୀ ହେବ। କୀର୍ତ୍ତିମାନ୍‌ ହେବେ। ଗୁଣବାନ୍‌ ହେବେ।
ବୃଷ: ନୂତନ ଗୃହ କ୍ରୟ କରିବାର ସୁଯୋଗ ମିଳିବ। ମନରେ ଭକ୍ତିଭାବ ଉଦୟ ହୋଇପାରେ। ସମ୍ମାନିତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆନନ୍ଦ-ଉଲ୍ଲାସରେ ସମୟ ଅତିବାହିତ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମହିଳା ସହାୟିକା ହେବେ।
ମିଥୁନ: ବର୍ତ୍ତମାନର ପରିସ୍ଥିତି ଆପଣଙ୍କ ପାଇଁ ଲାଭପ୍ରଦ ହେବ; ମାତ୍ର ସୁଖ ମିଳିବ। କଷ୍ଟସାଧ୍ୟ ହେବ। ଅଷ୍ଟମ ଚନ୍ଦ୍ର ସହିତ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ଉଚ୍ଚସ୍ଥାନ ଆରୋହଣ ନିଷେଧ।
କର୍କଟ: ଭ୍ରାତୃବିବାଦର ସୁ-ସମାଧାନ ହୋଇପାରେ। ସୁଖ-ସନ୍ତୋଷ ଲାଭ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଅନ୍ୟର ମଙ୍ଗଳ କାମନା କରି ନିଜେ ବିଶେଷ ଉପକୃତ ହୋଇପାରନ୍ତି। ଏକ ପତ୍ନୀବ୍ରତ ନୀତି ଗ୍ରହଣ କରିପାରନ୍ତି।
ସିଂହ: କର୍ମକ୍ଷେତ୍ରରେ ତରବର ନ ହୋଇ ଅପେକ୍ଷାରତ ହେଲେ ସୁଫଳ ମିଳିବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଶତ୍ରୁ ଉତ୍ପାତର ଅବସାନ ଘଟାଇ ମାନସିକ ଶାନ୍ତି ଫେରି ପାଇବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ।
କନ୍ୟା: ଦାୟିତ୍ବରେ ପରିବର୍ତ୍ତନ ଘଟିପାରେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ମାନ-ସମ୍ମାନର ଅଧିକାରୀ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଚଞ୍ଚଳ ଚେଷ୍ଟିତ ହେବେ। ଗଠନମୂଳକ କାର୍ଯ୍ୟରେ ମନୋନିବେଶ କରିପାରନ୍ତିି।
ତୁଳା: ବାଧା-ବିଘ୍ନ ଏଡ଼ାଇ ଆଗକୁ ବଢ଼ି ପାରନ୍ତି। ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। କୃଷି ଉପରେ ଧ୍ୟାନ ଦେଇପାରନ୍ତି। ଯାନବାହନ ସୁଖ ମିଳିବ। ସୁଖଭୋଗ କରିବେ। ପ୍ରଦୂଷଣମୁକ୍ତ ଗୃହରେ ରହିବେ।
ବିଛା: ଧାର୍ମିକ ଭାବନା ଆପଣଙ୍କୁ ମହାନ୍‌ କରିପାରେ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଦୀର୍ଘ ଦିନର ଆଶା ପୂରଣ ହେବ। ରାଜଯୋଗ ରହିଛି। ପଦ-ପଦବୀରେ ଅଳଙ୍କୃତ ହୋଇପାରନ୍ତି। ବ୍ୟବସାୟ ଲାଭ ଜନକ ହେବ। ବିବାଦରେ ବିଜୟୀ ହେବେ।
ଧନୁ: ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଯିବେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। ନଗଦ ଅର୍ଥ ପ୍ରାପ୍ତ ହେବେ। ତ୍ୟାଗଶୀଳ ଓ ନୀତିଜ୍ଞ ହୋଇପାରନ୍ତି। ଚଞ୍ଚଳମନା ହେବେ। ଚିତ୍ତ ସନ୍ତୁଷ୍ଟ ହେବ। କୀର୍ତ୍ତି ସ୍ଥାପନ କରିବେ।
ମକର: ଆୟ ଆଶାନୁରୂପ ହୋଇପାରେ। ସୁଖ-ସମ୍ମାନ ଲାଭ କରିବେ। ଧନବାନ୍‌ ହୋଇପାରନ୍ତି। ଗୁଣବାନ୍‌ ହେବେ। ଉପାର୍ଜନ ଊଣା ହେବ ନାହିଁ। ବଳିଷ୍ଠ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟିବେ।
କୁମ୍ଭ: ସହପାଠୀଙ୍କ ସହିତ ମତାନ୍ତର ଘଟିପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ର ଚିନ୍ତାଜନକ ହେବ। ସହଯୋଗୀଙ୍କ ସମର୍ଥନ ଓ ସହାୟତା ମିଳିବ। କ୍ଷମାଶୀଳ ହୋଇପାରନ୍ତି। ଶ୍ରେଷ୍ଠ ମାନ୍ୟତା ମିଳିବ। ପରୋପକାରୀ ହେବେ।
ମୀନ: ଯୋଗାଯୋଗରେ ପ୍ରଗତି ଘଟିବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‌ ହେବେ। ଭୋଗୀ ହୋଇପାରନ୍ତି। ଗୁଣବାନ୍‌ ହେବେ। ପ୍ରସନ୍ନତା ଲାଭ କରିବେ।

Comments are closed.