୧୬ କୋଟିର ଗଞ୍ଜେଇ ଗଛ ନଷ୍ଟ

ମୋହନା : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବଡସିନ୍ଧବା ପଞ୍ଚାୟତ ନିକଟ ଡେଙ୍କା ସିନ୍ଧବା ଜଙ୍ଗଲଜମିରେ ବେଆଇନଭାବେ ଚାଷ କରାଯାଇଥିବା ୮୩ ଏକର ପରିମିତ ଜମିରେ ୧ ଲକ୍ଷ ୬୬ ହଜାର ଗଞ୍ଜେଇ ଗଛକୁ ମୋହନା ପୁଲିସ, ଅବକାରୀ ବିଭାଗ, ବନବିଭାଗ ଓ ପାରଳାଖେମୁଣ୍ଡିର ସ୍ୱତନ୍ତ୍ର ସ୍କାଡ ଟିମ୍‍ ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରିଛନ୍ତି। ଏହି ନଷ୍ଟ ଗଞ୍ଜେଇ ଗଛର ଆନୁମାନିକ ମୁଲ୍ୟ ୧୬ କୋଟି ୬୦ ଲକ୍ଷ ଟଙ୍କା ହେବ ବୋଲି ରା.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି। ଏହି ଚଢାଉରେ ମୋହନା ଥାନା ଅଧିକାରୀ ସୂଜିତ କୁମାର ନାୟକ, ଅବକାରୀ ନିରୀକ୍ଷକ ସୁରୀ ବାବୁ, ବନବିଭାଗ ଅଧିକାରୀ ମମତା ନାୟକଙ୍କ ସମେତ ଥାନା, ଅବକାରୀ, ବନ ବିଭାଗ ଓ ରାଜସ୍ୱ ବିଭାଗର କର୍ମଚାରୀମାନେ ସାମିଲ ଥିଲେ।

Comments are closed.