ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ବଲିଉଡ଼ କଳାକାର

ମୁମ୍ବଇ : ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ବିଜେପି) ପୂର୍ଣ୍ଣ ବହୁମତ ସହ ବିଜୟୀ ହୋଇଛି। ପୁଣିଥରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବେ। ବିଜେପିର ବିଜୟ ପରେ ଦେଶ ତଥା ଦେଶ ବାହାରୁ ମୋଦୀଙ୍କୁ ପ୍ରଶଂସା ଏବଂ ଅଭିନନ୍ଦନର ଶୁଅ ଛୁଟିଛି। ଏହି କ୍ରମରେ ବଲିଉଡ୍ କଳାକାରମାନେ ମଧ୍ୟ ମୋଦୀଙ୍କୁ ଶୁଭେଚ୍ଛା ଜଣାଉଥିବା ଦେଖାଯାଉଛି। ସଲମାନ ଖାନ, ଅନୁପମ ଖେର, ଅକ୍ଷୟ କୁମାର, ରଜନୀକାନ୍ତ, ବରୁଣ ଧଓ୍ବନ, ଅଜୟ ଦେବଗନ, ସୋଫି ଚୌଧୁରୀ, ହେମାମାଳିନୀ, ଶିଳ୍ପା ସେଟ୍ଟୀ ଏବଂ ଶାହରୁଖ ଖାନଙ୍କ ଭଳି କଳାକାର ମୋଦୀ ଓ ବିଜେପିର ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.