ଜେଏନୟୁରେ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି କ୍ଷତିଗ୍ରସ୍ତ କଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଜବାହର ଲାଲ ନେହେରୁ ବିଶ୍ଵବିଦ୍ୟାଳୟ(ଜେଏନୟୁ) ପରିସରରେ ଥିବା ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିକୁ କିଛି ଅସାମାଜିକ ଯୁବକ କ୍ଷତିଗ୍ରସ୍ତ କରିଦେଇଛନ୍ତି। ତେବେ କେଉଁମାନେ ଏଭଳି କାର୍ଯ୍ୟ କରିଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ପ୍ରତିମୂର୍ତ୍ତି କ୍ଷତିଗ୍ରସ୍ତ ହେବା ପରେ ତାହାକୁ ଏକ କପଡ଼ାରେ ଘୋଡ଼ାଇ ଦିଆଯାଇଥିବାବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଏନଏସୟୁଆଇ ଅଧ୍ୟକ୍ଷ ସନୀ ଧିମାନ ଏହି ଘଟଣାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ଜେଏନୟୁର କୌଣସି ଛାତ୍ର ଏଭଳି କାଣ୍ଡ କରିଥିବେ ବୋଲି ମୋତେ ଲାଗୁନାହିଁ। ମୂର୍ତ୍ତିକୁ କ୍ଷତିଗ୍ରସ୍ତ କରାଯାଇ ନାହିଁ। ବରଂ ମୂର୍ତ୍ତି ଉପରେ କିଛି ଲେଖି ଦିଆଯାଇଥିଲା। ତାହାକୁ ସଫା କରିଦିଆଯାଇଛି। ଅନ୍ୟପଟେ ଯଦି ମୂର୍ତ୍ତିକୁ କ୍ଷତିଗ୍ରସ୍ତ କରାଯାଇ ନାହିଁ, ତେବେ ତାହାକୁ କ’ଣ ପାଇଁ ଆବରଣ କରି ରଖାଯାଇଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comments are closed.