ପ୍ରଥମ ଟେଷ୍ଟ: ମୟଙ୍କ ଅଗ୍ରୱାଲଙ୍କ ଶତକ ବଳରେ ଭାରତ ୨୦୬/୩

ଇନ୍ଦୋର: ଇନ୍ଦୋରର ହୋଲକର ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଧୀରେ ଧୀରେ ଦୃଢ଼ ସ୍ଥିତିକୁ ଅଗ୍ରସର ହେଉଛି। ୨ୟ ଦିନ ଖେଳ ଚାଲିଥିବାବେଳେ ଓପନର ମୟଙ୍କ ଅଗ୍ରୱାଲଙ୍କ ଶତକ ବଳରେ ଭାରତ ୩ ୱିକେଟ ହରାଇ ୨୦୬ ରନ ସଂଗ୍ରହ କରିଛି। ମୟଙ୍କ ଅଗ୍ରୱାଲ ୧୦୧ ଏବଂ ଆଜିଙ୍କ୍ୟ ରାହାଣେ ୪୨ ରନ୍‌ କରି ଅପରାଜିତ ରହିଥିବାବେଳେ ଭାରତ ୫୬ ରନ୍‌ରେ ଆଗୁଆ ରହିଛି।

ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ପ୍ରଥମ ଦିନରେ ୧୫୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ବାଂଲାଦେଶ ଖେଳାଳିମାନେ ଭାରତୀୟ ବୋଲରଙ୍କୁ ସାମ୍ନା କରି ନ ପାରି ଜଣକ ପରେ ଜଣେ ପାଭିଲିୟନ ଫେରିଯାଇଥିଲେ। ଜବାବରେ ଭାରତ ପ୍ରଥମ ଦିନର ଅବଶିଷ୍ଟ ଓଭର ପାଇଁ ଖେଳ ଆରମ୍ଭ କରିଥିଲା। ପ୍ରାରମ୍ଭରୁ ଭାରତ ଓପନର ରୋହିତ ଶର୍ମାଙ୍କୁ ହରାଇଥିଲା। ଏହା ପରେ ମୟଙ୍କ ଅଗ୍ରୱାଲ ଏବଂ ଚେତେଶ୍ଵର ପୂଜାରା ଇନିଂସ ସମ୍ଭାଳି ଥିଲେ। ଦ୍ବିତୀୟ ଦିନରେ ପୂଜାରା ୫୪ ରନ କରି ଆଉଟ ହୋଇଯାଇଥିଲେ। ପରେ ଅଧିନାୟକ ବିରାଟ କୋହଲି ମଧ୍ୟ ଖାତା ନ ଖୋଲି ଆଉଟ ହୋଇଥିଲେ।

Comments are closed.