ସ୍ୱାଭିମାନ ଅଂଚଳରେ ପୁଣି ମାଓମେଳି ; ଶିକ୍ଷକ ଓ ଅଙ୍ଗନବାଡି କର୍ମୀଙ୍କୁ ଚେତାବନୀ

ମାଲକାନଗିରି :  କିଛିଦିନର ନୀରବତା ପରେ  ଲାଲ ସଂଗଠନ ପୁନର୍ବାର ନିଜର ପୂର୍ବସ୍ଥିତି ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଛି।  ନିଆରା ଢଙ୍ଗରେ ସ୍ୱାସ୍ଥ୍ୟ, ଓ ଶିଶୁଙ୍କ ପୁଷ୍ଟିକର ଆହାର ଯୋଗାଇବାକୁ ଦାବି କରି ଶିକ୍ଷକ ଓ ସରକାରୀ କର୍ମଚାରୀଙ୍କୁ ନିଶାଣ କରିଛନ୍ତି। କାର୍ଯ୍ୟ କର ନଚେତ କାର୍ଯ୍ୟ ଛାଡ ଏଭଳି ଚେତାବନୀ ଦେଇଛନ୍ତି ସ୍ୱାଭିମାନ ଅଂଚଳର ଶିକ୍ଷକ ଓ ଅଙ୍ଗନବାଡି କର୍ମୀଙ୍କୁ । ଗତ ଦୁଇଦିନ ଧରି ସ୍ୱାଭିମାନ ଅଞ୍ଚଳର ଅରାପଦର ଓ ଅଣ୍ଡ୍ରାପାଲି ଅଞ୍ଚଳରେ ସ୍ୱାଭିମାନ ଅଞ୍ଚଳର ଅଣ୍ଡ୍ରାପାଲି ଯନ୍ତ୍ରୀ, ପଣସପୁଟ, ଯୋଡାମ୍ବ ପ୍ରଭୃତି ଅଂଚଳରେ ଶିକ୍ଷକତା କରୁଥିବା ସମସ୍ତ ଶିକ୍ଷକ ଓ ଅଙ୍ଗନବାଡି କର୍ମଚାରୀଙ୍କୁ ଡାକି ଏଭଳି ଚେତାବନୀ ଦେଇଛି ଲାଲବାହିନୀ।  ଆନ୍ଧ୍ର ଓଡିଶା ବର୍ଡର ଜୋନାଲ କମିଟି ଅନ୍ତର୍ଗତ ଏମ୍‍.କେ.ବି. ମାଓ ସଂଗଠନ ପକ୍ଷରୁ ଉଦୟ, ସୁନିଲଙ୍କ ଭଳି ବହୁ ମାଓନେତା ଯୋଗ ଦେଇ କର୍ମଚାରୀଙ୍କୁ ଚରମବାଣୀ ଶୁଣାଇଛନ୍ତିା

ସ୍ୱାଭିମାନ ଅଞ୍ଚଳରେ ଆୟୋଜିତ ଗତ ୧୫ ଓ ୧୬ ତାରିଖ ଦୁଇଦିନ ଧରି ଆୟୋଜିତ ପ୍ରଜାମେଳୀରେ ଏହି ଅଂଚଳର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ ଭୁଶୁଡି ଯାଇଥିବା ବେଳେ ଏଥିପାଇଁ ଶିକ୍ଷକ ମାନେ ଦାୟୀ। ୨୨ରୁ ଅଧିକ ପ୍ରାଥମିକ ଶିକ୍ଷକ ରହିଥିଲେ ମଧ୍ୟ ଅଧିକାଂଶ ବିଦ୍ୟାଳୟରେ ତାଲା ଝୁଲୁଛି। ଶିକ୍ଷକମାନେ ବିଦ୍ୟାଳୟକୁ ଆସୁ ନଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ। ସେହିଭଳି ଅଙ୍ଗନବାଡି କେନ୍ଦ୍ରରେ ମଧ୍ୟ ପୁଷ୍ଟିକର ଆହାର ପ୍ରଦାନ କରା ଯାଉ ନଥିବା ଏବଂ ଏହି ଅଂଚଳର ଶିଶୁ  ଓ ଗର୍ଭବତୀ ମହିଳାମାନେ କୌଣସି ସରକାରୀ ସୁବିଧା ପାଉ ନଥିବା ଅଭିଯୋଗ କରିଥିଲୋ ତେବେ ଆଗାମୀ ୧୫ ଦିନ ମଧ୍ୟରେ ସମସ୍ତ କର୍ମଚାରୀଙ୍କୁ ନିଷ୍ପତ୍ତି ନେବାକୁ କୁହା ଯାଇଥିବା ଜଣାପଡିଛିା ଯେଉଁ ଶିକ୍ଷକ ଓ କର୍ମଚାରୀ ଅନୁପସ୍ଥିତ ଥିଲେ ସେମାନଙ୍କୁ ମଧ୍ୟ ଲାଲବାହିନୀର ନିଷ୍ପତ୍ତି ଶୁଣାଇଦେବାକୁ କୁହା ଯାଇଥିଲ।। ପୂର୍ବରୁ  ମଧ୍ୟ ଏହି ଅଞ୍ଚଳର ଉନ୍ନତି ପାଇଁ ମାଓବାଦୀ ମାନେ ଆଦିବାସୀଙ୍କୁ ନେଇ ପ୍ରଜାମେଳି କରିଥିଲୋ ଅନ୍ୟ ପକ୍ଷରେ ଏଥିନେଇ ମାଲକାନଗିରି ଏସ୍‍.ପି. ଜଗମୋହନ ମୀନାଙ୍କୁ ଯୋଗାଯୋଗ କରିବାରୁ ଏ ଘଟଣା ନେଇ ତାଙ୍କ ପାଖରେ ସୂଚନା ରହିଛିା ତେବେ ଘଟଣାର ତଦନ୍ତ ଚାଲୁଥିବା ନେଇ ସେ ପ୍ରକାଶ କରିଛନ୍ତିା ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛିା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ସ୍ୱାଭିମାନ ଅଞ୍ଚଳରେ ବିକାଶର ଧାରା ଆଗେଇ ନେବାକୁ ପ୍ରୟାଶ ଆରମ୍ଭ ହୋଇଛିା ପ୍ରଥମ ପର୍ଯ୍ୟାୟରେ ବଡପଡା ଓ ପାପରମେଟଲା ପଞ୍ଚାୟତକୁ ପାନୀୟଜଳ ସୁବିଧା ନିମନ୍ତେ ଗୁରୁପ୍ରିୟା ସେତୁ ଦେଇ ବଡପଡା ପହଞ୍ଚିଥିବା ବେଳେ ଆଗାମୀ ଦିନରେ ଏହି ଦୁଇଟି ପଞ୍ଚାୟତରେ ୧୦୦ରୁ ଅଧିକ ନଳକୂପ ଖୋଳା ଯାଇ ବଡପଡା ଓ ପାପରମେଟଲା ଗ୍ରାମ ପଞ୍ଚାୟତରେ ଚାରୋଟି ପାଇପ୍‍ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଯୋଜନା କରା ଯାଇଛିା ପାନୀୟଜଳ ସମସ୍ୟାର ସମାଧାନ କରିବା ନେଇ ଜିଲ୍ଲାଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛିା ତେବେ ରାସ୍ତା ନିର୍ମାଣ ନେଇ ବର୍ତମାନ ବି ଠିକାଦାରଙ୍କ ମନରେ ଭୟ ରହିଥିବାରୁ ଜନ୍ତାପାଇ ଠାରୁ ପଣସପୁଟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ କରିବାକୁ କୌଣସି ଠିକାଦାର ଆଗ୍ରହ ନୁହନ୍ତିା ମାଓବାଦୀମାନଙ୍କ ହୁକୁମ୍‍ ରାସ୍ତା ନିର୍ମାଣ କଲେ ପ୍ରଜାକୋର୍ଟରେ ଠିକାଦାର ମାନଙ୍କୁ ଦଣ୍ଡ।  ଅନ୍ୟ ପକ୍ଷରେ ମାଲକାନଗିରି ଏସ୍‍.ପି. ଜଗମୋହନ ମୀନାଙ୍କ କହିବା କଥା ମାଲକାନଗିରି ପୁଲିସ ଓ ପ୍ରଶାସନ ମିଳିତ ଭାବେ ମାଓ ଦମନ ସହ ବିକାଶ ପ୍ରକ୍ରିୟାକୁ ତରାନ୍ୱିତ କରିବାକୁ ପଦ କ୍ଷେପ ନିଆ ଯାଇଛିା

Comments are closed.