ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ମନମୋହନ

ଜୟପୁର : ରାଜସ୍ଥାନରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ। ବିଧାନସଭା ସଚିବ ପ୍ରମିଲ କୁମାର ମାଥୁରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ ସମୟରେ ମନମୋହନଙ୍କ ସହିତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ପ୍ରମୁଖ ଉପସ୍ଥିତ ଥିଲେ। ଜୁନ୍‌ ୨୪ରେ ରାଜ୍ୟସଭା ସଦସ୍ୟ ମଦନ ଲାଲ ସାଇନିଙ୍କ ମୃତ୍ୟୁ କାରଣରୁ ଏଠାରେ ଉପନିର୍ବାଚନ ହେଉଛି। ସାଇନିଙ୍କ କାର୍ଯ୍ୟକାଳ ମାତ୍ର ଗୋଟିଏ ବର୍ଷ ପୂରଣ ହୋଇଥିଲା। ଅପରପକ୍ଷରେ ଆସାମରୁ ୧୯୯୧ରୁ ରାଜ୍ୟସଭାକୁ କ୍ରମାଗତ ୫ଥର ନିର୍ବାଚିତ ମନମୋହନଙ୍କ କାର୍ଯ୍ୟକାଳ ଗତ ଜୁନ୍‌ରେ ଶେଷ ହୋଇଥିଲା। ରାଜସ୍ଥାନରେ ସମ୍ପ୍ରତି କଂଗ୍ରେସ ସରକାର ଥିବାରୁ ସେ ନିର୍ବାଚିତ ହେବା ନିଶ୍ଚିତ।

Comments are closed.