ବିଜେପିର କାଳିଦାସ କୋଲମ୍ବକର ହେଲେ ମହାରାଷ୍ଟ୍ରର କାମଚଳା ବାଚସ୍ପତି

ମୁମ୍ବଇ : ମହାରାଷ୍ଟ୍ରରେ ରାଜନୈତିକ ହଟଚମଟ ଜାରି ରହିଥିବାବେଳେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଜେପିର କାଳିଦାସ କୋଲମ୍ବକର ପ୍ରୋଟେମ୍‌ ସ୍ପିକର ବା ଅସ୍ଥାୟୀ ବାଚସ୍ପତି ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଶପଥ ଗ୍ରହଣ କରାଇଛନ୍ତି। ବିଧାନସଭାରେ ସ୍ଥାୟୀ ବାଚସ୍ପତି ଚୟନ ହେବା ପର୍ଯ୍ୟନ୍ତ ସେ ଗୃହର ଦାୟିତ୍ୱ ସମ୍ଭାଳିବେ। ଆସନ୍ତାକାଲି ବିଧାନସଭା ଅଧିବେଶନ ଆରମ୍ଭ ହେବାପରେ ବିଧାୟକମାନଙ୍କର ଶପଥ ପାଠ ଆୟୋଜିତ ହେବ।

Comments are closed.