ଖୋଲାରେ ଶୌଚ କରିବାରୁ ଦୁଇ ଦଳିତ ଶିଶୁଙ୍କୁ ପିଟି ପିଟି ହତ୍ୟା

ଶିବପୁରୀ : ମଧ୍ୟପ୍ରଦେଶ ଶିବପୁରୀ ଜିଲା ଭାଭଖେଡ଼ା ଗ୍ରାମରେ ବୁଧବାର ପଞ୍ଚାୟତ ଭବନ ଆଗରେ ଶୌଚ କରିଥିବା ଅଭିଯୋଗରେ ଦୁଇ ଜଣ ଦଳିତ ଶିଶୁଙ୍କୁ ପିଟି ପିଟି ହତ୍ୟା କରାଯାଇଛି।

ଏହି ମାମଲାରେ ଅଭିଯୁକ୍ତ ହାକିମ ଯାଦବ ଏବଂ ରାମେଶ୍ୱର ଯାଦବଙ୍କୁ ଗିରଫ କରାଯାଇଛି। ୧୦ ଏବଂ ୧୨ ବର୍ଷର ଦୁଇ ମୃତ ଶିଶୁଙ୍କୁ ପିିଟି ପିଟି ହତ୍ୟା କରିବା ପୂର୍ବରୁ ଅଭଯୁକ୍ତମାନେ ମୋବାଇଲରେ ଏହାର ଭିଡ଼ିଓ କରିଥିଲେ। ସିରସୌଦ ପୁଲିସ ଥାନାଧିକାରୀ ଆରଏସ ଧାକଡ କହିଛନ୍ତି ଯେ ବୁଧବାର ସକାଳେ ଭଭଖେଡା ଗ୍ରାମରେ ଏହି ଘଟଣା ଘଟିଛି। ଅଭିଯୁକ୍ତଙ୍କ ମାଡ଼ରେ ଶିଶୁ ରୋଶନୀ (୧୨) ଏବଂ ଅବିନାଶ (୧୦) ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ଜିଲା ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‍ ବିଭିନ୍ନ ସ୍ଥାନରେ ତଲାସୀ କରୁଛି।

Comments are closed.