ରାଉରକେଲାରେ ୫ଟି ସ୍ଥାନରୁ ଲୁଟ ଅଭିଯୋଗ

ରାଉରକେଲା : ରାଉରକେଲାରେ ସୋମବାର ବିଳମ୍ବିତ ରାତିରେ କୁଆଁରମୁଣ୍ଡା ଥାନା ନିକଟରେ ବିଭିନ୍ନ ସ୍ଥାନରେ ଲୁଟ ହୋଇଥିବା ଜଣାପଡ଼ିଛି। ଲୁଟେରାମାନେ ୪ଟି ଦୋକାନ ସହ ଜନସେବା କେନ୍ଦ୍ରରୁ ଲୁଟ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, କୁଆଁରମୁଣ୍ଡା ଥାନା ନିକଟରେ ଥିବା ଝାରବେଡ଼ା ସ୍ଥିତ ଗୋଟିଏ ଦୋକାନ ଓ ଟାଙ୍ଗରାଇଁଠାରେ ଥିବା ୩ଟି ଦୋକାନରୁ ଲୁଟ ହୋଇଛି। ମାତ୍ର କେତେ ଟଙ୍କା ଲୁଟ ହୋଇଛି ସେ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ମାତ୍ର ଜନସେବା କେନ୍ଦ୍ରର ତାଲା ଭାଙ୍ଗି ୨୫ ହଜାର ଟଙ୍କା, ଲାପ୍‍ଟପ୍‍ , କମ୍ପ୍ୟୁଟର ଓ ଆସବାବପତ୍ର ଲୁଟ କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.