ବିଳମ୍ବିତ ରାତିରେ ଖୋର୍ଦ୍ଧାରେ ସିରିଜ ଲୁଟ୍‌

ଖୋର୍ଦ୍ଧା : ଖୋର୍ଦ୍ଧାରେ ଦିନକୁ ଦିନ ଲୁଟେରାଙ୍କ ଉତ୍ପାତ ବଢିବାରେ ଲାଗିଛି। କେଉଁଠି ଏଟିଏମ୍ ଲୁଟ ତ କେଉଁଠି ଚୋରି ହେଉଥିବା ଅଭିଯୋଗ ଆସିଛି। ତେବେ ଖୋର୍ଦ୍ଧା ଜିଲା ଅସରଳା ଗ୍ରାମରେ ସିରିଜ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ସୋମବାର ବିଳମ୍ବିତ ରାତିରେ ୫ଟି ଘରୁ ଚୋରି କରିଥିବା ଅଭିଯୋଗ ହୋଇଛି। ସେମାନେ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଟଙ୍କା ଚୋରି କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.