ଲୁଟ ଉଦ୍ୟମରେ ବିଫଳ ହେବାରୁ ବୋମା ମାଡ କଲେ ଦୁର୍ବୃତ୍ତ

କଟକ : ସିଡିଏରେ ଲଙ୍କା ଗୁଣ୍ଡ ପକାଇ ଟଙ୍କା ଲୁଟ ଉଦ୍ୟମ କରୁଥିବା ବେଳେ ଦୁର୍ବୁତ୍ତମାନେ ବିଫଳ ହୋଇଛନ୍ତି। ଜଣେ ପେଟ୍ରୋଲ ପମ୍ପର କର୍ମଚାରୀ ୧୫ଲକ୍ଷ ଟଙ୍କା ନେଇ ବ୍ୟାଙ୍କକୁ ଜମା କରିବାକୁ ଯାଉଥିଲେ। ସେହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଉପରେ ଲଙ୍କାଗୁଣ୍ଡ ପକାଇ ଲୁଟ ଉଦ୍ୟମ କରିଥିଲେ। କିନ୍ତୁ ଲୁଟ କରିବାକୁ ବିଫଳ ହୋଇଥିଲେ। ଏହାପରେ ଦୁର୍ବୃତ୍ତମାନେ ସେଠାରେ ବୋମାମାଡ କରି ଫେରାର ହୋଇଯାଇଥିବା ଜଣାପଡିଛି। ବୋମାମାଡରେ କାହାର କିଛି କ୍ଷତି ହୋଇ ନ ଥିବା ଜଣାପଡିଛି।

Comments are closed.